ବହୁବ୍ରୀହି
ବହୁବ୍ରୀହି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ) (ବହୁ+ବ୍ରୀହି=ଶସ୍ୟ)
[ସମ୍ପାଦନା]ସମାସ ବିଶେଷ, ଯେଉଁ ସମାସରେ ଅନ୍ୟ ପଦର ପ୍ରାଧାନ୍ୟ ରହେ; (ଯେଉଁ ପଦମାନଙ୍କଦ୍ୱାରା ସମସ୍ତ ପଦଟି ଗଠିତ ହୁଏ ଉକ୍ତ ସମସ୍ତ ପଦ ତଦନ୍ତର୍ଗତ ଭିନ୍ନ ଭିନ୍ନ ପଦର ଅର୍ଥକୁ ନ ବୁଝାଇ ଅନ୍ୟ ଅର୍ଥ ପ୍ରକାଶ କଲେ ବହୁବ୍ରୀହି ସମାସ ହୁଏ) — A form of gramatical attributive compound.
[ଦ୍ରଷ୍ଟବ୍ୟ —ବହୁବ୍ରୀହି ସମାସ ନାନବିଧ; ତନ୍ମଧରୁ ଏହି କେତୋଟି ପ୍ରଧାନ, ଯଥା—ଦ୍ୱିତୀୟାନ୍ୟପଦାର୍ଥ—ଆରଢ଼ବାନର—ଆରୂଢ଼ ହୋଇଅଛି ବାନର ଯାହାକୁ ତୃତୀୟାନ୍ୟପଦାର୍ଥ;—ଜିତେନ୍ଦ୍ରିୟ— ଜିତ ହୋଇଅଛି ଇନ୍ଦ୍ରିୟ ଯାହାଦ୍ୱାରା ଚତୁର୍ଥାନ୍ୟପଦାର୍ଥ;— ଦତ୍ତୋପଦେଶ—ଦତ୍ତ ହୋଇଅଛି ଉପଦେଶ ଯାହାକୁ. ପଞ୍ଚମ୍ୟନ୍ୟ ପଦାର୍ଥ;—ନିରତିଶୟ—ନାହିଁ ଅତିଶୟ ଯାହାଠାରୁ ଷଷ୍ଠ୍ୟନ୍ୟ— ପଦାର୍ଥ;—ଲମ୍ୱୋଦର—ଲମ୍ୱ ଉଦର ଯାହାର ସପ୍ତମାନ୍ୟ— ପଦାର୍ଥ;—ନିର୍ଜନ—ନାହିଁ ଜନ ଯେଉଁଠାରେ ସାଧାରଣତଃ ବହୁବ୍ରୀହି ସମାସନିଷ୍ପନ୍ନ ପଦ ବିଶେଷଣ ହୁଏ, କିନ୍ତୁ ସମୟ ସମୟରେ ଉକ୍ତ ପଦ ଉକ୍ତ ବିଶେଷଣ ଗୁଣଧାରୀ ବ୍ୟକ୍ତି ବା ବସ୍ତୁକୁ ବୁଝାଏ, ଯଥା—ଚକ୍ରପାଣି, ଚତୁର୍ମୁଖ, ଶଶିମୌଳି]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯାହାର ବହୁତ ଶସ୍ୟ ଥାଏ — Having an abundant supply of grain.