ବାଇଟୁଙ୍ଗୁରି
ଦେଖଣା
ବାଇଟୁଙ୍ଗୁରି
ଉଚ୍ଚାରଣ
[ସମ୍ପାଦନା][ବାଇଟା(ଟୁ)ଙ୍ଗ(ଙ୍ଗୁ)ରିଆ—ଅନ୍ୟରୂପ]
[ବାଇଟ(ଟୁ)ଙ୍ଗ(ଙ୍ଗୁ)ରୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ମୁଣ୍ଡରେ ବାଳ ନ ଥିବା ବାଳକ ବାଳିକାମାନଙ୍କୁ ବାୟା ଚଢ଼େଇ ସଙ୍ଗେ ତୁଳନା କରି କରାଯିବା ସ୍ନେହ ସମ୍ୱୋଧନ — A term of endearment applied to bald headed children.
[ଦ୍ରଷ୍ଟବ୍ୟ —ବାୟା ଚଢ଼େଇଙ୍କ ମୁଣ୍ଡ ଲୋମହୀନ ବା ଟାଙ୍ଗରା]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେଉଁ ଲୋକ ବେଳେ ବେଳେ ବାତୁଳ ପରି ହୁଏ; ଆଡ଼ବାୟା; ଆମ୍ୱୁଲ ବାୟା —୧. Crack-brained; crazy; a person subject to temporary madness.
- ୨. ଅବ୍ୟବସ୍ଥିତ ଚିତ୍ତ —୨. Of unsettled or unfixed mind; ficle-minded.
- ୩. ଖିଆଲବାଜ୍ (ଲୋକ) —୩. Whimsical (person).
- ୪. ଅବ୍ୟବସ୍ଥିତ କର୍ମା; ଅସଣ୍ଢଣା (ଲୋକ) — ୪. Unmethodical (person).
- ୫. ବାଇଟୁଙ୍ଗୁରା ବ୍ୟକ୍ତିର ଆଚରଣ ସଦୃଶ —୫. Similar to the acts of or befitting a fickle-minded person.