Jump to content

ବାଇଡଙ୍କ

ଉଇକିଅଭିଧାନ‌ରୁ

ବାଇଡଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅବ୍ୟଙ୍ଗା; ବାନରୀ)

[ସମ୍ପାଦନା]

ଶିମ୍ୱାଦି ବର୍ଗର ଅରଣ୍ୟ ଜାତ ଲତା ବିଶେଷ — ୧. A kind of wild nettle, the cowhage; cowitch; Mucuna Pruriens.

[ଦ୍ରଷ୍ଟବ୍ୟ —ଶିମ୍ୱ ଲତାର ପତ୍ର ପରି ଏହାର ଡେମ୍ଫକେ ୩ଟି ଲେଖାଏଁ ପତ୍ର ଥାଏ; ଛୁଇଁ ବଙ୍କା; ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ବିଷାକ୍ତ କଣ୍ଟା ଥାଏ ଖରାଦିନେ ପବନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏବଂ ବିଶେଷ ଯନ୍ତ୍ରଣା ହୁଏ ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ ବୈଦିକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ବାତଘ୍ମ ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ ୩ ପ୍ରକାର ଧଳା ଗଛର ଛୁଇଁରେ ରୋମ ନ ଥାଏ]

୨. (ଲକ୍ଷଣାର୍ଥ) ଦୁଷ୍ଟ ବା ଖଳ ବ୍ୟକ୍ତି; ଯେଉଁ ବ୍ୟକ୍ତି ପରର ଅନିଷ୍ଟ କରେ —୨. (fig) A wicked person.
୩. ନିର୍ମୂଳୀ ଲତା ବିଶେଷ —୩. Cuscuta Reflexa (Haines).

[ଦ୍ରଷ୍ଟବ୍ୟ —ଏହାର ଡଙ୍କ ସୁତା ପରି; ଫୁଲ ଧଳା ଏବଂ ସନ୍ଧ୍ୟାବେଳେ ବାସେ]