ବାଉରି
ବାଉରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
(ବାଉରାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ବର୍ବର)
[ସମ୍ପାଦନା]- ୧. ହିନ୍ଦୁ ନୀଚ ଜାତିବିଶେଷ ୧. A low depressed caste.
[ ଦ୍ର—ବାଉରିମାନେ ବିବାହାଦି ଉପଲକ୍ଷେ ଶଙ୍ଖ ବଜାନ୍ତି ଶଙ୍ଖାସୁର ନିହନ୍ତି ବିଷ୍ଣୁଙ୍କଠାରୁ ଏମାନେ ସଙ୍ଖ ପାଇଥିବା କଥା ବଳରାମ ଦାସ ଲେଖିଅଛନ୍ତି
ପ୍ରତ୍ନତତ୍ୱବିତ୍ମାନେ ସ୍ଥିର କରିଅଛନ୍ତି ଯେ ବାଉରିମାନେ ବୈଦ୍ଧ ଥିଲେ ପ୍ରତାପରୁଦ୍ର ଦେବ ଏମାନଙ୍କ ଧର୍ମ ବିଶ୍ୱସ ଯୋଗୁଁ ଏମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିବାରୁ ଏମାନେ ପ୍ରକାଶ୍ୟରେ ବ୍ରାହ୍ମଣ୍ୟ (ହିନ୍ଦୁ) ଧର୍ମ ଗ୍ରହଣ କଲେ ଏବଂ ହିନ୍ଦୁ ଦେବଦେବୀଙ୍କୁ ମୁହଁରେ ମାନିଲେ; କିନ୍ତୁ ଭିତରେ ଭିତରେ 'ମହାଶୂନ୍ୟଙ୍କୁ' ପୂଜା କଲେ ଏହି ସମୟରୁ ଏମାନେ ଅସ୍ପୃଶ୍ୟରୂପେ ବିବେଚିତ ହେଲେ ଏମାନେ ବିବାହ ବେଳେ ପଇତା ପିନ୍ଧିନ୍ତି ଏମାନଙ୍କ ଜାତିର ସରଦାରକୁ 'ମହାପାତ୍ର' ବୋଲାଯାଏ 'ବାଉରି ବଇଷ୍ଣବ' ନାମକ ଏକ ସମ୍ପ୍ରଦାୟ ଏମାନଙ୍କ ପୁରୋହିତ ଏମାନେ ଆର୍ଯ୍ୟସଂଭୂତା; କଦାପି ଅନାର୍ଯ୍ୟ ନୁହନ୍ତି ଏମାନେ ପାଣ ହାଡୢ ଆଦିଙ୍କ ପରି ଗୋ— ମାଂସ ଭକ୍ଷଣ କରନ୍ତି ନାହିଁ ମୟୂରଭଞ୍ଜର ବାଥୁଡ଼ିମାନେ ପ୍ରକୃତର ବାଉରି ନୁହନ୍ତି ବଳରାମ ଦାସ ତାଙ୍କ ସିଦ୍ଧାନ୍ତ ଡମରୁରେ ଲେଖିଅଛନ୍ତି ଯେ ବାଉରିମାନେ ବିଶ୍ୱାମିତ୍ରଙ୍କଠାରୁ ଜାତ ଓ ବ୍ରାହ୍ମଣଙ୍କ ଭାଇ ଅଟନ୍ତି ]
(ପୁଂ. ଓ ସ୍ତ୍ରୀ)—ଅପର୍ତ୍ତିଆଣୀ ପୁତ୍ର କନ୍ୟାଙ୍କୁ ଦିଆଯିବା ନାମ — ୨. A name given to children born after the death of their elders.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଓଲଟ ବେଭାର —A present sent to a friend's or a relative's house in return for the present sent by the latter.