ବାଏଁ ବାଏଁ
ଦେଖଣା
ବାଏଁ ବାଏଁ
ଉଚ୍ଚାରଣ
[ସମ୍ପାଦନା](ବାଏ ବାଏ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପବନ ଗତିରେ —୧. With the velocity of the wind.
- ୨. ପବନଦ୍ୱାରା ଚାଳିତ ହୋଇ —୨. Being carried. away or waved by the wind.
(ଯଥା—ଶରଟି ଲକ୍ଷ୍ୟସ୍ଥାନରେ ନ ବାଜି ବାଏଁ ବାଏଁ ଉଡ଼ିଗଲା)
- ୩. କାହାର କର୍ଣ୍ଣରେ ପ୍ରବେଶ ନ କରି ; କେହି ନ ଶୁଣି — ୩. Without being heard or attended to by any one.
(ଯଥା—ମୁଁ ଯାଇ ହାକିମ ଆଗରେ ହୁହାରିକଲି; ମାତ୍ର ମୋ ଗୁହାରିଟା ବାଏଁ ବାଏଁ ଉଡ଼ିଗଲା)
- ୪. (ସଂସ୍କୃତ - ବହିଃ) ବାହାରେ ବାହାରେ; ଭିତରେ ପ୍ରବେଶ ନ କରି — ୪. Without-entering inside.
- ୫. (ସଂସ୍କୃତ - ବାମ) ବରାବର ବାମ ଦିଗରେ —୫. All along to the left; keeping to the left.