ବାକ୍ସ ଗଛ
ଦେଖଣା
ବାକ୍ସ ଗଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଇଂରାଜୀ - ନାମ—କ୍ରୋଟୋନ; ବୋଧ ହୁଏ ପୂର୍ବେ ଏ ଗଛନାମ କାଠର ବାକ୍ସରେ ମାଟି ଦେଇ ତହିଁରେ ଲଗାଯାଉ ଥିବାରୁ ଏକ ନାମ)—ନାନାବର୍ଣ୍ଣ ର଼ଞ୍ଜିତ— ପତ୍ରବିଶିଷ୍ଟ ବିଦେଶୀ ଗୁଳ୍ମବିଶେଷ —Croton.
[ ଦ୍ର—ବଗିଚାରେ ଶୋଭାବର୍ଧନାର୍ଥେ ଏହା ରୋପିତ ହୁଏ ଏହାର ଡାଳ ପୋତିଲେ ଗଛ ହୁଏ ଏହା ପତ୍ରର ବର୍ଣ୍ଣଭେଦରେ ଓ ଆକାର ନାନାଜାତିୟ ଅଟେ ଏ ଦେଶରେ ଏ ଗଛମାନଙ୍କର କଢି ଭଳି ଫୁଲ ଧରେ; କିନ୍ତୁ ଫଳ ହୁଏ ନାହିଁ ଅଧୀକାଂଶ ବୃକ୍ଷ ମାଲକ୍କାଦ୍ୱୀପରୁ ଆନତୀ (ଯୋଗେଶଚନ୍ଦ୍ର) ]
- ୨. (ଇଂରାଜୀ - ବକସ୍) ଏକ ପ୍ରକାର ଦୃଢ କାଷ୍ଠ ଇଉରୋପୀୟ ବୃକ୍ଷ —୨. The box tree.
[ଦ୍ରଷ୍ଟବ୍ୟ —ଏଥିର କାଠ ଖୁବ ଦୃଢ଼ ଓ ଭଲ ପାଲିସ୍ ହୋଇପାରେ; ଏଥିପାଇଁ ଇଉରୋପରେ ଗୃହର ସକ୍କୋପକରଣମାନ ଏ କାଠରେ ତିଆରି ହୁଏ ]