ବାଘନଖୀ
ଦେଖଣା
ବାଘନଖୀ
ଉଚ୍ଚାରଣ
[ସମ୍ପାଦନା][ ବାଘନଖ(ଖା), ବାଘନଖିଆ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବାଘନଖୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାଘ୍ରନଖ)
[ସମ୍ପାଦନା]- ୧. ଲୋମଶ ବର୍ଷାୟୁ ବନ୍ୟ ଶାକ ଗୁଳ୍ମବିଶେଷ —୧. Devil's claw; Martynia Diandra.
[ ଦ୍ର—ଏ ଗଛ ପ୍ରଥମେ ଦକ୍ଷିଣ ଆମେରିକାରୁ ଏ ଦେଶକୁ ଆନୀତ ହୋଇଥିଲା ଏହା ବର୍ଷାଦିନେ ଜନ୍ମେ ଏହାର ପଲ୍ଲବ କୋମଳ ଓ ଅଠାଳିଆ; ଫୁଲ ତିଳଫୁଲ ପରି କିନ୍ତୁ ବଡ଼ ବଡ଼ ଓ ଈଷତ୍ ଗୋଲାପୀ, ଏହାର ଫଳ ବାଇଢଙ୍କ ପରି ଅଂଶୁଯୁକ୍ତ ଏବଂ ଫଳ ଶେଷକୁ ବାଘନଖ ପରି ୨ଟି ବାହାରିଥାଏ ଏହାର ଫଳ ଓ ଫୁଲ ପେନ୍ଥା ପେନ୍ଥା ହୋଇ ଧରେ ଫଳ ରନ୍ଧା ହୋଇ ଯେଉଁ ତେଲ ବାହାରେ ତାହା ଗାଈ ମଇଁଷିଙ୍କ ରୋଗରେ ଉପକାର କରେ ଫଳ ଖୁବ୍ ପାଚିଗଲେ ବାଘ ନଖ ପରି ଦୁଇ ବିପରୀତ ଦିଗକୁ ଅଗ ବଙ୍କା ହୋଇ ଫାଟିଯାଇ ଖୋସାରୁ ଖସି ପଡ଼େ ]
- ୨. ବ୍ୟାଘ୍ରନଖାକୃତି ଅସ୍ତ୍ରବିଶେଷ —୨. A Kind of weapon shaped like tiger's claws worn on the fingers and kept concealed in the fisted palm and used in attacking an enemy unawares.
[ ଦ୍ର—ଏଥିରେ ବାଘନଖ ପରି ଗୁଡ଼ିଏ ମୁନିଆଁ ବଙ୍କା କଣ୍ଟା ଥାଏ କଣ୍ଟାମାନଙ୍କ ମୂଳରେ ମୁଦିଆ ଥାଏ ଓ ସେ ମୁଦିଆମାନ ଆଙ୍ଗୁଠିରେ ପୂରାଇ ଏହାକୁ ମୁଠା ମଧ୍ୟରେ ଗୋପନରେ ରଖା— ଯାଇ ପାରେ ଏବଂ ନିକଟକୁ ଆଗତ ଶତ୍ରୁକୁ ଅତର୍କିତ ଅବସ୍ଥାରେ ଆକ୍ରମଣ କରିବା ଲାଗି ବ୍ୟବହୃତ ହୁଏ ହାତ ମୁଠାକୁ ମେଲା କରି ବାଘ ନଖ ସଦୃଶ କଣ୍ଟାମାନଙ୍କୁ ଶତ୍ରୁର ଦେହରେ ଗଳାଇ; ଦିଆଯାଏ ]
ଅନୁବାଦ
[ସମ୍ପାଦନା]- ୩. ନଖୀନାମକ ଗନ୍ଧଦ୍ରବ୍ୟ — ୩. A medicinal scent; shell.