Jump to content

ବାଜିବା

ଉଇକିଅଭିଧାନ‌ରୁ

ବାଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ବଜା(ଜେ)ଇବା—ଣିଜନ୍ତ]

=== ଦେଶଜ - କ୍ରି. (ବଦ୍ ଧାତୁ ଣିଚ୍=ବାଦି ଧାତୁ=କୁହାଇବା; ଶବ୍ଦ କରାଇବା; ସଂସ୍କୃତ - ବାଦିତ= ଶବ୍ଦାୟିତ; ସଂସ୍କୃତ - ବଜଧାତୁ ଗତି, କରିବା, ଣିଚ୍ ବାଜିଧାତୁ=ଗତି କରାଇବା)

୧. ବାଦିତ ହେବା; ଧ୍ୱନିତ ହେବା; ଶବ୍ଦାୟମାନ ହେବା —୧. To be sounded.

ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଥଣ୍ଟା—ଢଗ

୨. ଆଘାତ କରିବା —୨. To strike; to collide with.

ତହୁଁ କନିଷ୍ଠ ଅଙ୍ଗୁଳିରେ, ବ୍ରହ୍ମାଣ୍ଡ ବାଜିଲା ନିର୍ଭରେ— ଜଗନ୍ନାଥ, ଭାଗବତ

[ଦ୍ରଷ୍ଟବ୍ୟ —ଦୁଇ ବସ୍ତୁ ପରସ୍ପରକୁ ଆଘାତ କଲେ ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁରେ 'ବାଜିଲା' ବୋଲି ବୋଲାଯାଏ ଓ ଯେଉଁ ବସ୍ତୁ ଗତି କରୁ କରୁ ଅନ୍ୟ ସ୍ଥିର ବସ୍ତୁକୁ ଆଘାତ କରେ ଓ ଯେଉଁ ସ୍ଥିର ବସ୍ତୁରେ ଅନ୍ୟ ଗତିବିଶିଷ୍ଟ ବସ୍ତୁର ଆଘାତ ହୁଏ, ଏ ଦୁଇ ବସ୍ତୁ ପ୍ରତି ମଧ୍ୟ 'ବାଜିବା' କ୍ରିୟା ପ୍ରଯୋଜ୍ୟ ହୁଏ; ଯଥା— ଚାଳରେ ମୁଣ୍ଡ ବାଜିବ ଓ ଚାଳ ମୁଣ୍ଡରେ ବାଜିବ]

୩. (ଶବ୍ଦ) ପ୍ରବେଶ କରିବା; ପହଞ୍ଚିବା —୩. (a sound) To enter; to reach.

ସୁଦୁଭ ବିଳାପ—ଧ୍ୱନି ବାଜଇ ଶ୍ରବଣେ—ନନ୍ଦକିଶୋର, ସୀତାବନବାସ

୪. ଉଚ୍ଚସ୍ୱରରେ ପ୍ରକଟିତ ହେବା; ଉଦଘୋଷିତ ହେବା — ୪. To be loudly proclaimed.

ତୁମ୍ଭର ଦାନୀପଣେ ଡ଼ାକ ବାଜଇ, ଶୁଣି ପେଷିଦେଲେ ମାୟେ ପ୍ରାଚୀ, ରହସ୍ୟମଞ୍ଜରୀ

୫. ଘଡ଼ିରେ ସମୟଜ୍ଞାପକ ଘଣ୍ଟାର ସଂଖ୍ୟା ଜଣାଯିବା —୫. To strike the time of the day (said of a clock).

(ଯଥା—ଦିନ ଆସି ଆଠଟା ବାଜିଲାଣି, ବାବୁଙ୍କର ନିଦ ଭାଙ୍ଗୁ ନାହିଁ; ପିଟା ଘଣ୍ଟା ବଜା ଯାଇ ସମୟ ଜ୍ଞାପିତ ହେବାରୁ ବାଜିବାର ଏହି ଅର୍ଥ ଆସିଅଛି ବାଜିବା କଲଘଣ୍ଟାରେ ମଧ୍ୟ ଘଣ୍ଟାର ସଂଖ୍ୟା ଯନ୍ତ୍ର ଯୋଗେ ବାଦିତ ହୁଏ ଏହି ଅର୍ଥରୁ ଘଣ୍ଟାର ସଂଖ୍ୟାପ୍ରତି ମଧ୍ୟ 'ବାଜିବା' କ୍ରିୟା ଲାଗୁଅଛି)

୫. (ପ୍ରହାର) ବସିବା —୫. To be administered (as a stroke).

(ଯଥା—ରହ, ତୋ ଉପରେ ଏବେ ଗୋଟାକେତେ ବାଜିବ)

୬. ହାବୁଡ଼ିବା; ଜୁଟିବା —୬. To be met with; to be encountered with.

(ଯଥା—ଏଡ଼େ ବଡ଼ ଯାତ୍ରାରେ ପଣ୍ଡାଙ୍କ ଭାଗ୍ୟକୁ ଜଣେ ହେଲେ ବଡ଼ ଯାତ୍ରୀ ବାଜିଲା ନାହିଁ)

୭. (ବାଦ୍ୟଯନ୍ତ୍ର) ଚାଳିତ ହେବା —୭. (a musical instrument) To be played upon.

(ଯଥା—ହାରମୋନିୟମ ବାଜୁଛି; ବେହେଲା ବାଜୁଛି, ବଂଶୀ ବାଜୁଛି ନଦୀ ତୀରେ—ମଧୁସୂଦନ ବର୍ଣ୍ଣବୋଧ)

୮. ବାଝିବା; ବାଧିବା; କ୍ଳେଶର ଅନୁଭୁତି ଉତ୍ପନ୍ନ କରାଇବା — ୮. To affect; to cause a painful sensation.

(ଯଥା—ତାଙ୍କ ମନ୍ତବ୍ୟ ମୋତେ ଭରି ବାଜିଲା)

ଅନୁବାଦ

[ସମ୍ପାଦନା]
୯. ଦେବାକୁ ପଡ଼ିବା —୯. To have to be paid or given.

[ଯଥା—ଏ ମକଦମାରେ ତାଙ୍କୁ (ବା ତାଙ୍କ ହାତରୁ) ଟଙ୍କା ଶହେ ବାଜିଯିବ]

୧. ସ୍ପର୍ଶ କରିବା; ଲାଗିବା —୧୦. To touch.

(ଯଥା—ଅସ୍ପୃଶ୍ୟ ବ୍ୟକ୍ତିର ଲୁଗାକାନି ମୋ ଦେହରେ ବାଜିଲା)