Jump to content

ବାଡ଼ି ଅଁଳା

ଉଇକିଅଭିଧାନ‌ରୁ

ବାଡ଼ି ଅଁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବାଡ଼ିଅଅଁ (ଏଁ) ଳା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ବାଟ୍ୟାଳିକା) —ଜବାଦିବର୍ଗର କ୍ଷୁପ ବିଶେଷ; ବଜ୍ରମୂଳୀ —୧. Sida Cordifolia.

[ଏହା ପତ୍ରର ମୂଳ ପାନ ପରି ଏବଂ ସୂକ୍ଷ୍ମଲୋମଣ; ଫୁଲ ହଳଦିଆ; ଫଳ ପାଚିଲେ ଫାଟି କରି ୧ ଚିରୁଡ଼ା ହୁଏ ଲୋକେ ଭଲରେ ଭୂଇଁଅଁଳାକୁ ବାଡ଼ିଅଁଳା କହନ୍ତି]

୨. (ସଂସ୍କୃତ - ଅତିବଳା)—ଏକ ପ୍ରକାର ନାଲି ବାଡ଼ି; ଅଁଳା —୨. Sida Rhombifolia.

[ଦ୍ରଷ୍ଟବ୍ୟ —ଏ ଗଛ ଈଷତ୍ ନାଲି ଏହାର ପତ୍ର ଲୋମଶ ଓ ତଳପାଖ ପାଉଁଶିଆ ଏ ପତ୍ରର ମୂଳ ପାନପତ୍ର ପରି ନୁହେଁ; ଫୁଲ ଫକା ହଳଦିଆ; ଏହା ବର୍ଷାଦିନେ ଫୁଟେ ଏ ଗଛର ପାଚିଲା ଫଳ ଫାଟିଯାଇ ୫ ଚିରୁଡ଼ା ହୁଏ]

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ମହାବଳା) ଏକ ପ୍ରକାର ଶ୍ୱେତ ବାଡ଼ି— ଅଁଳା —୩. Sida Rhomboidia.

[ଦ୍ରଷ୍ଟବ୍ୟ —ଏହରା ଫୁଲ ଫକାହଳଦିଆ ଏହା ଶୀତଦିନେ ମଧ୍ୟାହ୍ନରେ ଫୁଟେ; ପତ୍ରରେ ୩ଟା ଶିରା ସ୍ପଷ୍ଟ ଦେଖାଯାଏ]

ଅନୁବାଦ

[ସମ୍ପାଦନା]
୪. (ସଂସ୍କୃତ - ଗୋରକ୍ଷ ତଣ୍ଡୂଳା)— ଏକ ପ୍ରକାର ଗୋରଖ ଚାଉଳ ବା ଗରଗଡ଼ —Sida Spinosa.

[ଦ୍ରଷ୍ଟବ୍ୟ —ଏହାର ପତ୍ରର ୩ଟା ଶିରା; ଡେମ୍ଫପାଖେ ୩ଟା ଆବୁ ଥାଏ; ପତ୍ରର ତଳପାଖ ରୋମଶ ଓ ପାଉଁଶିଆ ଏହାର ଫୁଲ ଛୋଟ ଓ ଧଳା ଏବଂ ଫଳ ପଞ୍ଚକୋଷ]

୪. ବର୍ଷାୟୁ ଗୁଳ୍ମବିଶେଷ —୫. A kind of bush.

[ଏହା ଉଚ୍ଚରେ ପ୍ରାୟ ୨ ଫୁଟ ହୁଏ ଏହାର ପତ୍ର ତିନ୍ତୁଳିପତ୍ର ପରି ଏହାକୁ କଞ୍ଚାଦୁଧରେ ବାଟି ପିଇଲେ ଶୀଘ୍ର ପ୍ରସବ ହୁଏ ଏ ଗଛର ଫଳ କେଣ୍ଡାରେ ଫଳେ ଏବଂ ମାଣ୍ଡିଆ ପରି ଗୋଲ ଓ କ୍ଷୁଦ୍ର]