Jump to content

ବାଡ଼ି ବାଇଗଣ ପୋଥି ବାଇଗଣ

ଉଇକିଅଭିଧାନ‌ରୁ

ବାଡ଼ି ବାଇଗଣ ପୋଥି ବାଇଗଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନ୍ୟାୟ—ଶାସ୍ତ୍ରବିଦି ଅନୁସାରେ କାର୍ଯ୍ୟ କରା ନ ଯିବା ସ୍ଥଳରେ ଏ ନ୍ୟାୟ ପ୍ରୟୋଗ କରାଯାଏ; ଏ ସମ୍ୱନ୍ଧରେ ଗୋଟିଏ ଗଳ୍ପ ଅଛି—ପୋଥି ବା ଶାସ୍ତ୍ରରେ ଲେଖାଅଛି ଯେ ଅଲାବୁ, ଶ୍ୱେତବାର୍ତ୍ତାକୀ ଧଳା ବାଇଗଣ ଇତ୍ୟାଦ ଖାଇବା ନିଷିଦ୍ଧ ଦିନେ ଜଣେ ପଣ୍ଡିତ ଆପଣା ବାଡ଼ିରେ ଫଳିଥବା ଧଳା ବାଇଗଣକୁ ତୋଳି ତରକାରୀ କରିବାକୁ ଗରକୁ ନେବା ବେଳେ ପଣ୍ଡିତଙ୍କର ଶାସ୍ତ୍ରଜ୍ଞ ପୁଅ ପଚାରଲେ, 'ବାପା'! ଶ୍ୱେତବାର୍ତ୍ତାକୀ ଖାଇବା ପରା ଶାସ୍ତ୍ରରେ ନିଷିଦ୍ଧ? ପଣ୍ଡିତେ ଉତ୍ତର କଲେ, "ପୋଥି ବାଇଗଣ ସିନା ଖାଇବା ନିଷିଦ୍ଧ ଉକ୍ତ ନିଷେଧ ବଚନ ବାଡ଼ି ବାଇଗଣ ପ୍ରତି ପ୍ରଯୁଜ୍ୟ ନୁହେଁ" —Making a distiction between theory and practice.