ବାତଜ୍ୱର
ବାତଜ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—ବାତ ଧାତୁ
[ସମ୍ପାଦନା]ପ୍ରକୋପରୁ ଉତ୍ପନ୍ନ ଜ୍ୱର —Fever due to excess of wind in the system; rheumatic fever.
[ଦ୍ରଷ୍ଟବ୍ୟ —ଏ ଜ୍ୱରରେ ଗଳା, ଓଠ ଓ ମୁହଁ ଶୁଖିଯାଏ, ନିଦ ହୁଏ ନାହିଁ, ହିକ୍କା ଉଠେ, ଶରୀର ରୁକ୍ଷ ହୁଏ, ମୁଣ୍ଡ ଓ ଦେହ ବିନ୍ଧେ, ମୁହଁ ଫକ୍କା ପଡ଼ିଯାଏ, ମଳ ରୁଦ୍ଧ ହୁଏ କେବେ କେବେ ଦେହରେ ତାତି ବଢ଼ିଯାଏ ଓ କେବେ କେବେ କମିଯାଏ— ହିନ୍ଦୀ - ଶ. ]
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ୱୀପଦ ରୋଗ; ଏକପ୍ରକାର ଜର —Moon fever; fever accompanied with swelling of the lymphatic glands and elephantiasis and scrotal tumour; filarial fever.
[ଦ୍ରଷ୍ଟବ୍ୟ —ଏ ଜ୍ୱରରେ ପ୍ରଥମେ କାଖସନ୍ଧି ଓ ଉରୁସନ୍ଧି (କୋଡ଼— ଗାତ)ର ଗିଲିଟି ଫୁଲିଯାଇ ଦରଜ ହୁଏ ଓ ଶରୀରରେ ତାପ ବଢ଼େ; ଏବଂ ଶରୀରର ପ୍ରାନ୍ତବାଗ ଅର୍ଥାତ୍ ଯେଉଁ ଅଙ୍ଗମାନ ତଳକୁ ଝୁଲେ (ଯଥା—ହାତ, ଗୋଡ଼, କୋଷ, ସ୍ତନ ବା ଲିଙ୍ଗ) ତହିଁରୁ ରକ୍ତ ଗଡ଼ି ତାହା ଗୋଦର ହୋଇଯାଏ ଅର୍ଥାତ୍ ଫୁଲିଯାଏ; ଏବଂ ଏହି ଗୋଦର ଉପରେ ଆବୁମାନ ମଧ୍ୟ ବାହାରେ କୌଣସି କୌଣସି ରୋଗୀର ଏକ ପାଖର ଅଙ୍ଗ, କାହାର କାହାର ଦୁଇ ପାଖର ଅଙ୍ଗ ଗୋଦର ହୁଏ ଆଜି ପର୍ଯ୍ୟନ୍ତ ଏ ଜ୍ୱରର କୌଣସି ଔଷଧ ଆବିଷ୍କୃତ ହୋଇ ନାହିଁ ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ମଧ୍ୟରେ ଭୋଜନ ନ କରିବାହିଁ ଏହାର ଏକମାତ୍ର ପ୍ରତିକାର ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ, ଏକାଦଶୀ ଓ ଅମାବାସ୍ୟାରେ ଏ ଜ୍ୱର ଆକ୍ରମଣ କରିବା ଦେଖା ଯାଏ ସଧାରଣତଃ ଏହା ୨୩: ଦିନ ପରେ ଛାଡ଼ିଯାଏ; ମାତ୍ର ବେଳେ ବେଳେ ଏହା ନ ଛାଡ଼ି ଲାଗି ରହେ ଏବଂ ରୋଗୀକୁ ବିଶେଷ ଯନ୍ତ୍ରଣା ଦେଇ ଶେଷରେ ମାରି ପକାଏ ବାତଜରର ଏହି ଅବସ୍ଥାରୁ 'ବାତଜର ବିଚିଟିବା' ବୋଲାଯାଏ, ବାତଜ୍ୱରର ପ୍ରଧାନ ଚିହ୍ନ ଗିଲ୍ଟି ଦରଦ ହେବା ଗିଲ୍ଟି ଦରଜ ନ ହୋଇ ଅଙ୍ଗ ବିଶେଷ ଫୁଲିଲେ ତାହା ବାତଜର ନୁହେ ବୋଲି ଜାଣିବାକୁ ହେବ; ପାଶ୍ଚାତ୍ୟ ଡ଼ାକ୍ତରମାନେ ସ୍ଥିର କରି ଅଛନ୍ତି ଯେ, କୌଣସି କୌଣସି ଅଞ୍ଚଳରେ ଜଳବାୟୁ ଦୋଷରୁ ଦେହରେ ଏକ ପ୍ରକାର କୀଟାଣୁ (filaria) ପ୍ରବେଶ କରନ୍ତି ଓ ତାଙ୍କଦ୍ୱାରା ଏ ରୋଗ ହୁଏ ପୁରୀଜିଲ୍ଲାରେ ଏ ରୋଗ ଅନେକ ଲୋକଙ୍କୁ ଆକ୍ରମଣ କରିବାର ଦେଖାଯାଏ ପୁରୀରେ ଏ ବିଷୟରେ ସରକାର ଗବେଷଣା କରାଇ ଥିଲେ ଓ ଇଞ୍ଜେକ୍ସନ୍ଦ୍ୱାରା ଏ ରୋଗର ଆକ୍ରମଣର ଲୋକଙ୍କୁ ରକ୍ଷା
କରିବାର ଚେଷ୍ଟା କରାଯାଇଥିଲା, କିନ୍ତୁ ତାହା ଫଳପ୍ରଦ ହେବାର ଦେଖାଗଲା ନାହିଁ—ଏମନ୍ତ କି, ଯେଉଁ ସିଭିଲ୍ ସର୍ଜନ ଏ ଗବେଷଣାର ଅଧ୍ୟକ୍ଷ ହୋଇଥିଲେ (ଡ଼ାକ୍ତର ଦାସ) ତାଙ୍କର ଗୋଡ଼ ଗୋଦର ହୋଇଥିବାର ଦେଖାଗଲା ଏ ରୋଗଜନିତ ପାଦଶୋଥ (ଗୋଦରଗୋଡ଼)କୁ ଫାରସୀରେ ଓ ହିନ୍ଦିରେ ଫୀଳ୍ପାଡ଼(= ହାତୀଗୋଡ଼) ଓ ଇମରାଜୀରେ ଏଲିଫାଣ୍ଟିଆସିସ୍ (ହାତୀ ପରି କରିବା ରୋଗ) ବୋଲାଯାଏ