Jump to content

ବାତାପି

ଉଇକିଅଭିଧାନ‌ରୁ

ବାତାପି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବାତ=ବାୟୁ+ଅପ୍ ଧାତୁ=ପ୍ରାପ୍ତ ହେବା+ଈ)

[ସମ୍ପାଦନା]

ବାୟୁ ରୂପଧାରୀ ରାକ୍ଷସବିଶେଷ —A demon said to have been devoured by sage Agastya.

[ଦ୍ରଷ୍ଟବ୍ୟ —ଆତାପି ଓ ବାତାପି ଦୁଇ ଭାଇ ଅସୁର ଥିଲେ ଓ ଏମାନେ ଋଷିମାନଙ୍କ ଉପରେ ନାନା ଅତ୍ୟାଚାର କରୁଥିଲେ ବାତାପି ମେଣ୍ଢା ରୂପ ଧରୁଥିଲା ଓ ଆତାପି ଉକ୍ତ ମେଣ୍ଢାକୁ ମାରି ଉକ୍ତ ମାଂସ ଋଷିମାନଙ୍କୁ ଖାଇବାକୁ ଦେଉଥିଲା ଋଷିମାନେ ଉକ୍ତ ମାଂସ ଖାଇ ସରିଲା ପରେ ଆତାପି ଋଷିମାନଙ୍କ ଆଗକୁ ଆସି ଆପଣା ଭାଇର ନାମ ଧରି ଡ଼ାକ ପକାଉଥିଲା ଡ଼ାକ ପକାଇବାରୁ ବାତାପି ଉକ୍ତ ମୁନିମାନଙ୍କ ପେଟକୁ ଚିରି ପେଟରୁ ବାହାରୁଥିଲା— ଏହିପରି ଏହି ଦୁଇ ଭାଇ ଅନେକ ମୁନିଙ୍କ ପ୍ରାଣ ନେଲେ ଦିନେ ଅଗସ୍ତ୍ୟ ଋଷି ଆତାପି ଘରେ ଯାଇ ପହଞ୍ଚିବାରୁ ଆତାପି ବାତାପିର ମାଂସକୁ ଅଗସ୍ତ୍ୟକୁ ଖୁଆଇଲା ଅଗସ୍ତ୍ୟ ସମୁଦ୍ର ପାଣି ପିଇ ତାକୁ ଜୀର୍ଣ୍ଣ କରି ଦେଲେ ଓ ଆତାପି ଭାଇକୁ ଯେତେ ଡ଼ାକିଲା, ବାତାପି ଆଉ ଅଗସ୍ତ୍ୟଙ୍କ ପେଟରୁ ବାହାରିଲା ନାହିଁ—ହିନ୍ଦୀ - ଶ. ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀଜପୁର)

[ସମ୍ପାଦନା]
୧. ମୋଟା ଚୋପା ଥିବା ଓ ଲାଲ ରଙ୍ଗର ବୀଜଯୁକ୍ତ ଏକ ପ୍ରକାର ବଡ଼ ଲେମ୍ୱୁ; ଟଭା —୧. A kind of thick-rinded orange; Citrus Decumana.

[ଦ୍ରଷ୍ଟବ୍ୟ —ପ୍ରଥମେ ଏହା ଯବଦ୍ୱୀପର ବଟେଭିୟା ନଗରରୁ ଏ ଦେଶକୁ ଆସିଥିବାରୁ ଏହାର ଏପରି ନାମ— କରଣ ହୋଇଅଛି ବୋଲି କହାରି କାହାରି ଅନୁମାନ ଏହା ଦୁଇ ପ୍ରକାର ଏକ ପ୍ରକରର ଫୁଲ ଓ ଫଳ ଭିତରର ରୁଆ ଧଳା ଏବଂ ଅନ୍ୟ ପ୍ରକାରର ଫୁଲ ଓ ଫଳର ରୁଆ ନାଲି ଏ ଫଳ ଶରତ୍କାଳରେ ପକ୍ୱ ହୁଏ ଏ ଗଛ ଲେମ୍ୱୁ ଗଛଠାରୁ ବଡ଼ ଏକ ପ୍ରକାର ଶସ ମିଠା ଓ ଅନ୍ୟର ଶସ ଖଟା; ଏ ଫଳର ଚୋପା ଭାରି ବହଳ ବୈଦ୍ୟକ ମତରେ ଏହା ଖଟା, କଣ୍ଠଶୋଧକ, ଦୀପକ, ରୁଚି— କାରକ, ସ୍ୱାଦିଷ୍ଟ ଓ ତ୍ରଦୋଷ. ତୃଷା, କାସ, ହିକ୍କା ଦୁଇକେରେ ]

୨. ବାତାପି ଛୁରି; ଛ ଇଞ୍ଚ ଲମ୍ୱ ଏକ ଇଞ୍ଚ ଓସାରର ପତଳା ଫଲାୟୁକ୍ତ ଛୁରୀ —୨. Table knife.