Jump to content

ବାଦ

ଉଇକିଅଭିଧାନ‌ରୁ

ବାଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବଦ୍ ଧାତୁ=କହିବା+ଭାବ. ଅ)

[ସମ୍ପାଦନା]
୧. ଉକ୍ତି; କଥନ; କହିବା —୧. Speech; talk.
୨. ବିତର୍କ; ଯୁକ୍ତିତର୍କ —୨. Argument; discussion.
୩. ଯୁକ୍ତିଯୁକ୍ତ ବିଚାର —୩. Reasoning.

[ଦ୍ରଷ୍ଟବ୍ୟ —ନ୍ୟାୟଶାସ୍ତ୍ରରେ କଥିତ ୧୬: ପଦାର୍ଥ ମଧ୍ୟରୁ ବାଦ ଦଶମ ବସ୍ତୁ ଯେବେ ଜଣେ ବ୍ୟକ୍ତି କୌଣସି ବିଷୟ ସମ୍ୱନ୍ଧରେ ଗୋଟିଏ ଉକ୍ତି ବା ପ୍ରତିଜ୍ଞା ଉତ୍ଥାପିତ କରେ ଓ ଆଉ ଜଣେ ବ୍ୟକ୍ତି ଉକ୍ତିର ବିରୁଦ୍ଧ ପ୍ରତିଜ୍ଞା କହେ ଓ ଦୁହେଁ ଦୁହିଁଙ୍କ ଉକ୍ତିର ସମର୍ଥକ ତର୍କ ବା ଯୁକ୍ତି କଥାବାର୍ତ୍ତା ଉଲ୍ଲେଖ କରନ୍ତି, ଉକ୍ତ କଥୋପକଥନ ବା ଯୁକ୍ତି ତର୍କକୁ ବାଦ ବୋଲାଯାଏ ବାଦରେ ପ୍ରତ୍ୟେକ ପକ୍ଷ ଆପଣା ଉକ୍ତିର ପୋଷକ ଓ ଅପରପକ୍ଷର ଉକ୍ତିର ଖଣ୍ଡନକାରକ ଯୁକ୍ତି ଓ ପ୍ରମାଣ ଉପସ୍ଥାପିତ କରେ ଯେବେ ଉକ୍ତ ୟୁକ୍ତି ତର୍କ 'ନିଗ୍ରହସ୍ଥାନରେ' ପହଞ୍ଚେ ତେବେ ଯାହାର ଉକ୍ତି ଖଣ୍ଡିତ ହୁଏ ସେ ହାରିଗଲା ବୋଲି ବୋଲାଯାଏ— ହିନ୍ଦୀ - ଶ.]

୪. ପ୍ରବାଦ —୪. Proverb.
୫. (କର୍ମ. ଯ) ବାଦ୍ୟ — ୫. Music.
୬. କୌଣସି ବିଶିଷ୍ଟ ବିଷୟରେ ଯୁକ୍ତିଦ୍ୱାରା ନିରୁପିତ ବା ପ୍ରମାଣିତ ପ୍ରତିଜ୍ଞା —୬. Theory; doctrine; a demonstrated conclusion.

(ଯଥା—ନାସ୍ତିକ ବାଦ; ବିବର୍ତ୍ତନ ବାଦ)

୭. ବର୍ଣ୍ଣନା —୭. narration; account (Apte).
୮. କୌଣସି ନିର୍ଦ୍ଦିଷ୍ଟ ବିଷୟରେ ବାଦାନୁବାଦ — ୮. Controvery (Apte).
୯. ଉତ୍ତର; ଜବାବ —
୯. Reply (Apte).
୧. ବ୍ୟାଖ୍ୟା —୧୦. Exposition; explanation (Apte).
୧୧. ଶବ୍ଦ; ଧ୍ୱନି — ୧୧. Sound; sounding (Apte).
୧୨. ଜନଶ୍ରୁତି —୧୨. Report; rumour.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିବାଦ —୧. Dispute; dissension.
୨. କଳି; ଝଗଡ଼ା —୨. Quarrel.

ଗୋପ ନନ୍ଦନେ ବାଦ ବଚନେ ଏକ ଆରକେ ବକି ଭକ୍ତ. ମଥୁରାମଙ୍ଗଳ

୩. ଅହନ୍ତା; ଆକ୍ରୋଶ —୩. malice; grudge.
୪. ପ୍ରତିଦ୍ୱନ୍ଦିତା —୪. Emulation; rivalry.
୫. ଶତ୍ରୁତା —୫. Enemy.
୬. ଶତ୍ରୁ —୬. Enemy.

ବାଦ ସରିତ ଲଘଂନକୁ ତରୀତ ମଘବାରି ଅଘକୁ ଯଥା ବାଘ ଭଞ୍ଜ. ବୈଦେହୀଶବିଳାସ

୭. ପଣ; ଜିଦି —୭. Wager.

(ଯଥା—ସେ ମୋ ସଙ୍ଗରେ ଅମୁକ କଥାରେ ବାଦ ପକାଇଛି)