Jump to content

ବାଧକ

ଉଇକିଅଭିଧାନ‌ରୁ

ବାଧକ

ଉଚ୍ଚାରଣ

[ସମ୍ପାଦନା]

(ବାଧକତା—ବି)

  • (file)
  • (file)

ସଂସ୍କୃତ - ବିଣ—(ବାଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବାଧାଜନକ; ଯେ ବାଧା ଦିଏ —୧. Obstructing; impending; obstructive.
୨. ଯେ କୌଣସି କାର୍ଯ୍ୟ କରିବାକୁ ଅନ୍ୟକୁ ବାଧ୍ୟ କରେ — ୨. Compelling; obliging.

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରତିବନ୍ଧକ —୧. obstacle; hindrance.
୨. ଗର୍ଭଧାରଣରେ ବାଧା ପ୍ରଦାୟକ ସ୍ତ୍ରୀ ରୋଗବିଶେଷ; ବନ୍ଧ୍ୟତ୍ୱ ରୋଗ; ନାରୀର ରଝଃସ୍ରାବ ଦୋଷ — ୨. Barrenness; a female disease which prevents conception.

[ଦ୍ରଷ୍ଟବ୍ୟ —ଆର୍ୟୁବେଦ ମତରେ ବାଧକ ରୋଗ ୪ ପ୍ରକାର; ଯଥା—୧ ରକ୍ତମାଦ୍ରୀ—ଏଥିରେ କଟି, ନାଭି, ଗୋଡ଼ଭଣ୍ଡାରେ ବେଦନା ହୁଏ, ଋତୁ ନିୟନିତ ସମୟରେ (୨୭୨୮: ଦିନରେ ଥରେ) ହୁଏ ମାହିଁ ୨ ଯଷ୍ଟୀ—ଏଥିରେ ଋତୁକାଳରେ ଆଖି, ଲେଡ଼ି ଓ ଯୋନିରେ ପୋଡ଼ା୪ଜଳା ହୁଏ, ରକ୍ତସ୍ରାବ ଲାଳାମୟ ହୁଏ, ମାସକେ ଦୁଇ ଥର ଋତୁ ହୁଏ ୩ ଅଙ୍କୁର— ଏଥିରେ ଋତୁ ସମୟରେ ମାନସିକ ଉଦ୍ଗେଗ; ଶରୀରରେ ଭାର ବୋଧ ଓ ବହୁତ ରକ୍ତ ସ୍ରାବ ହୁଏ; ନାଭି ତଳେ ବେଦନା ହୁଏ ଓ ୩୪: ମାସରେ ଥରେ ଋତୁ ହୁଏ; ହାତ ଗୋଡ଼ ଜଳେ ୪ ଜଳକୁମାର—ଏଥିରେ ଦେହ ଫୁଲିଯାଏ; ବହୁତ ଦିନ ଅନ୍ତରରେ ଋତୁହୁଏ, ମୂଢ଼ଗର୍ଭ ହୁଏ ବାଧକରୋଗ ଗର୍ଭଧାରଣର ବାଧା ପ୍ରଦାୟକ—ହିନ୍ଦୀ - ଶ. ]

୩. ଋତୁସ୍ରାବ ସମୟରେ ବେଦନା —୩. Painful menstrual discharge; dysmenorrhœa.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଧକା (ଦେଖ) - —Bādhakā (See).