ବାନ୍ଧିବା

ଉଇକିଅଭିଧାନ‌ରୁ

ବାନ୍ଧିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ବନ୍ଧାଯି(ହେ)ବା—କର୍ମବାଚ୍ୟରୂପ]

[ବନ୍ଧା[ନ୍ଧେ]ଇବା—ଣିଜନ୍ତରୂପ]

ଦେଶଜ - କ୍ରି—(ସଂସ୍କୃତ - ବନ୍ଧୁ. ଧାତୁ)[ସମ୍ପାଦନା]

୧. ରଜ୍ଜୁଦ୍ୱାରା ବନ୍ଧନ କରବା —୧. To tie; to bind with a rope.
୨. ଶୃଙ୍ଖଳିତ କରିବା —୨. To enchain.
୩. ନୌକାଦିକୁ କୂଳ ନିକଟସ୍ଥ ବୃକ୍ଷ ବା କୀଳା ସହିତ ଦଉଡ଼ିଦ୍ୱାରା ସଂଯୋଗ କରିବା; ଖଟାଇବା — ୩. To tie up a boat to a peg or a tree.
୪. ଗଣ୍ଠିରି କରିବା; ବୋକାଚା କରିବା; ଲୁଗାପଟା ବା କୌଣସି ପଦାର୍ଥକୁ ଗଣ୍ଠିରିରେ ଏକତ୍ର କରିବା —୪. To tie up a thing into a packet; to pack up.

କାନ୍ଦୁଆ, ଯାହା ପାଉଥିବୁ ବାନ୍ଧୁ ଆ—ଢଗ

୫. ଜଟ ପାଡ଼ିବା; କେଶ ରଚନା କରିବା; ମଥାର କେଶଗୁଚ୍ଛକୁ ଫିତା ଆଦିଦ୍ୱାରା ବନ୍ଧନ କରି ସଜ୍ଜିତ କରିବା —୫. To tie the hair of the head into a knot or chignon or plait.

କହି ଜାଣିଲେ କଥା ସୁନ୍ଦର ବାନ୍ଧି ଜାଣିଲେ ମଥା ସୁନ୍ଦର—ଢଗ

୬. ଗୋରୁ ଆଦି ପଶୁକୁ ବା କୌଣସି ଜୀବକୁ ନେଇ ଖୁଣ୍ଟିରେ ଖଟାଇବା —୬ . To tie up cows etc to a peg or post.

ବାନ୍ଧିଲା କଙ୍କଡ଼ା ପୁଅଙ୍କୁ ବଇରି—ଢଗ

୭. ପଦ ବା ଗୀତ ଆଦି ରଚନା କରିବା —୭. To compose a song.
୮. ଯୁଦ୍ଧ କରିବା ପାଇଁ ଦେହକୁ ଖଡ୍ଗ, କାତି ଆଦିଦ୍ୱାରା ସନ୍ନଦ୍ଧ କରିବା —୮. To arm one's self with (Weapons).

ହାତୀ ଲଢ଼ାଇବାକୁ ବାନ୍ଧିଲେ କାତି— କବିସୂର୍ଯ୍ୟ. କବିତା

୯. ବନ୍ଧ ପକାଇବା; ବନ୍ଧ ପକାଇ ଜଳରୋଧ କରିବା; ସେତୁ ନିର୍ମାଣ କରିବା —୯. To stop the flow of water by raising a dam; to build a dam.

ଦେଖ ସଖି ! ତୋ ପାଇଁ ସମୁଦ୍ର ବାନ୍ଧିଛି— କୃଷ୍ଣସିଂହ. ମହାଭାରତ ବନ

୧. ବେହେଲା ସୀତାରଆଦି ଯନ୍ତ୍ରର ତାରକୁ ନିର୍ଦ୍ଧିଷ୍ଟ ସ୍ୱର ବାହାର କରିବା ପାଇଁ ସୁନିଯନ୍ତ୍ରିତ କରିବା —୧୦. To bring an instrument to order for producing a proper tune; to tune a musical instrument.
୧୧. ଅଟକାଇବା; ବାଧା ଦେବା — ୧୧. To restrain.

(ଯଥା—ଯେ କୁଳରୁ ବାହାରିବାକୁ ବସିବ ତାକୁ କିଏ ବାନ୍ଧି ରଖିବ )

୧୨. ଧନ ଆଦି ଲୁଗାର କାନିରେ ସଂଗୃହୀତ କରିବା — ୧୨. To collect money or grains in a cloth or bag.

(ଯଥା—ମୁଁ ଟ୨୫: /?/ ବାନ୍ଧି ନିଲାମ ଡାକିବାକୁ ଆସିଛି)

୧୩. (ଲକ୍ଷଣାର୍ଥ) ରଜ୍ଜୁରେ ବାନ୍ଧିବାପରି ବଂଶୀଭୁତ କରିବା; ମୋହିବା —୧୩. To bring a person under one's complete control.

ମାୟା ମୋହନ କଥା ବହି ଲକ୍ଷ୍ମୀର ମନ ସେ ବାନ୍ଧଇ—ଜଗନ୍ନାଥ. ଭାଗବତ

୧୪. କୌଣସି କାର୍ଯ୍ୟ କରିବାକୁ ବାଧ୍ୟ ବା ଜବରଦସ୍ତି କରିବା —୧୪. To force or coerce a person to do a thing.

(ଯଥା—ଜମିଦାର ଧରିବାନ୍ଧି ମୋଠାରୁ ଗୋଟାଏ ଅଲେଖା କାଗଜରେ ସନ୍ତକ କରାଇ ନେଲେ )

୧୫. ଅବରୋଧ କରିବା; ବନ୍ଦ କରିବା — ୧୫. To stop.

(ଯଥା—ମନ୍ତ୍ର ଓଷଦ କରି ତା ମୁହଁ କିଏ ବାନ୍ଧି ଦେଲାଣି )

୧୬. ଚଳୁଥିବା ନୌକା ବା କଳ ଗାଡ଼ିର ଗତିରୋଧ କରିବା —୧୬. To stop the motion of a moving boat, steamer, train or motor.
୧୭. (ଅକର୍ମକ କ୍ରିୟା) ତରଳ ବସ୍ତୁ ଘନରେ ପରିଣତ ହେବା; ଗୋଟା ବାନ୍ଧିବା — ୧୭. To turn into clots; to become stiff; to coagulate.

(ଯଥା—ଏବେ ତିନି ଚାରି ଦିନ ହେଲା ରୋଗୀର ମଳ ବାନ୍ଧିଲାଣି )

୧୮. ହାତୀ ଘୋଡ଼ା ଆଦି ପଶୁଙ୍କୁ ପୋଷିବା ବା ପାଳିବା — ୧୮. To domesticate or maintain beasts.

ଷାଠିଏ ଟଙ୍କାର ବଳଦ ବାନ୍ଧି ନାଥେ ହେଲେ ହରବର—ଢଗ

୧୯. ପୁସ୍ତକର ଭିନ୍ନ ଭିନ୍ନ ପୃଷ୍ଠାକୁ ସୂତାଦ୍ୱାରା ଅଟକାଇବା ବା ଗୁନ୍ଥିବା —୧୯. To bind the pages of a book.

[ବାନ୍ଧି ଦେବା, ବାନ୍ଧି ପକା(କେ)ଇବା—ଅନ୍ୟରୂପ]

୨. (ଗେଣ୍ଟ, ଦମ୍ଭ, ଆଣ୍ଟ, ମସୁଧା) ମନରେ ସ୍ଥିର କରିବା —୨୦. To settle; to resolve; to form in one's mind.

ବାନ୍ଧିଅଛି ମ୍ଳେଛ ମନେ ବଡ଼ ଆଣ୍ଟ ଗଢ଼ିଛି ଆକାଶେ କନକ ଗଡ଼ ନନ୍ଦକିଶୋର. କୃଷ୍ଣକୁମାରୀ


୨୧. କ୍ଷୁଦ୍ର ବହସ୍ତୁମାନଙ୍କୁ ଏକତ୍ର କରି ଗୋଳା ବାନ୍ଧିବା — ୨୧. To roll many small things into a ball.

(ଯଥା—ଲଡ଼ୁ ଦାନା ବାନ୍ଧିବା )

୨୨. ଅଳ୍ପ ମୂଲ୍ୟରେ ମୁଦ୍ରାମାନଙ୍କ ବିନିମୟରେ ଉଚ୍ଚତର ମୂଲ୍ୟର ମୁଦ୍ରା ପାଇବା — ୨୨. To get coins of higher value in exchange for those of lower value.

[ଦ୍ରଷ୍ଟବ୍ୟ —ଭାଙ୍ଗିବା—ଏହାର ବିପରୀତ ]

୨୩. (ଦେହକୁ) ବ୍ରହ୍ମଚାର୍ଯ୍ୟଦ୍ୱାରା ଦୃଢ଼ ରଖିବା — ୨୩. To keep (One's body) strong by observing continence.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଟଙ୍କା ଦାଖଲ କରିବା — To pay or deposit money.

(ଯଥା—ତାଙ୍କେ ଆଜି ଟ୍ରେଜରୀରେ ଦଶ ଟଙ୍କା ବାନ୍ଧିଲେ )