Jump to content

ବାପଡ଼ି

ଉଇକିଅଭିଧାନ‌ରୁ

ବାପଡ଼ି

ଉଚ୍ଚାରଣ

[ସମ୍ପାଦନା]
(ବାପୁ[ପ, ପେ]ଡ଼ୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସହାନୁଭୂତିସୂଚକ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]
୧. ଅନନ୍ୟୋପାୟ ବ୍ୟକ୍ତି; ବିଚାରା; ବେଚାରା; ମୁର୍ଖ; ନିର୍ବୋଧ — ୧. (used in pity) The poor being.

ଏ ସକାଶୁ ଭାର୍ଯ୍ୟା ବସ୍ତ୍ରରୁ ଖଣ୍ଡେ କାଟି ପିନ୍ଧି କରି ରହିଛି ଦୁଃଖେ ସେ ବାପୁଡ଼ାଟି କୃଷ୍ଣସିଂହ. ମହାଭାରତ ବନ

୨. ଉତ୍ତମ ବ୍ୟକ୍ତି —୨. A good soul.

ଯୁଧିଷ୍ଠିର ରାଜା ତ ଧାର୍ମିକ ବାପୁଡ଼ା ଲେଉଟିଲେ ବାସେ ଫୁଲାଇ ପୁଡ଼ା କୃଷ୍ଣସିଂହ. ମହାଭାରତ ବନ

୩. (ତୁଚ୍ଛାର୍ଥକ) ନଗଣ୍ୟ ବ୍ୟକ୍ତି —୩. A man of straw.

ଦରି ମୁହଁରେ ରହି ବିଲୁଆ ବାପୁଡ଼ି ଦେହର ପାଣିଯାକ ପକାଇଲା ଝାଡ଼ି— କୃଷ୍ଣସିଂହ. ମହାଭାରତ. ଶାନ୍ତି