ବାପା ରାଓ
ଦେଖଣା
ବାପା ରାଓ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମେବାରର ରାଜପୁତ ରାଣାମାନଙ୍କ ଆଦି ପୁରୁଷ —Name of a Rajput king; the founder of the Rana dynasty of a Mewar.
[ଦ୍ରଷ୍ଟବ୍ୟ —ରାଜପୁତାନାରେ ପ୍ରଚଳିତ ଚାରଣ ପ୍ରଚାରିତ ଜନଶ୍ରୂତିରୁ ଜଣାଯାଏ ଯେ ବଲ୍ଲଭୀ ବଂଶର ମହାରାଜ ଗୁହାଦିତ୍ୟଙ୍କର ଏ ଅଷ୍ଟମ ବଂଶଧର ନାଗାଦିତ୍ୟଙ୍କ ପୁତ୍ର ଥିଲେ ଏ ଶିଶୁ ଥିବା ଅବସ୍ଥାରେ ଏହାଙ୍କ ପିତାଙ୍କୁ ଭିଲ୍ଲମାନେ ହତ୍ୟା କରିଥିଲେ ଓ ଏହାଙ୍କ ରକ୍ଷଣାବେକ୍ଷଣର ଭାର ଏହାଙ୍କ ମାତା ଓ ଜଣେ ବ୍ରାହ୍ମଣ ପୁରୋହିତ ଗ୍ରଣ କରିଥିଲେ ଏ ପିଲାଦିନେ ଜଣେ ବ୍ରାହ୍ମଣର ଗାଈ ଚରାଉଥିଲେ; ସେହି ଅବସ୍ଥାରେ ଏ ରୀତ ନାମକ ଋଷିଙ୍କୁ ଭେଟିଲେ ଓ ତାଙ୍କଠାରୁ ଶିବଦୀକ୍ଷା ଗ୍ରହଣ କରି 'ଏକଲିଙ୍ଗ' ନାମ କଶିବବିଗ୍ରହଙ୍କୁ ପୂଜା କଲେ ଏ ଚିତୋରକୁ ଆସି ସେଠାରେ ରାଜ୍ୟସ୍ଥାପନ କଲେ ଏ ମେବାର ରାଜବଂଶର ଆଦି ପୁରୁଷ ଥିଲେ ଟଡ୍ ସାହେବ ଏହାଙ୍କ ୩୪୪: ଖ୍ରୀଷ୍ଟାବ୍ଦ ଥିବାର କଳ୍ପନା କରନ୍ତି—ହିନ୍ଦୀ - ଶ.]