ବାବିଲନ୍
ବାବିଲନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ଆସିଆଟିକ୍ ତୁରଷ୍କର ଆଧୁନିକ ମେସୋପୋଟାମିଆଁରେ ଅବସ୍ଥିତ ପ୍ରାଚୀନ ସମୃଦ୍ଧିମନ୍ତ ରାଜଧାନୀ —Babylon; a very ancient capital of an ancient kingdom.
[ଦ୍ରଷ୍ଟବ୍ୟ —ପୁରାତତ୍ତ୍ୱବିତ୍ମାନେ ସ୍ଥିର କରି ଅଛନ୍ତି ଯେ ଖ୍ରୀଷ୍ଟପୂର୍ବ ୩୮: ପୂର୍ବେ ଏଠାରେ ତଦାନୀନ୍ତନ ସମୃଦ୍ଧ ସାମ୍ରାଜ୍ୟର ସମ୍ରାଟଙ୍କ ରାଜଧାନୀ ଥିଲା ଏବଂ ବର୍ତ୍ତମାନ ମଧ୍ୟ ସେହି ରାଜଧାନୀର ଭଗ୍ନାବିଶେଷ ସ୍ତୂପମାନ ବିଦ୍ୟମାନ ଅଛି ଏହି ନଗର ଇଉଫ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀଦ୍ୱୟର ମଧ୍ୟସ୍ଥଳରେ ଅବସ୍ଥିତ ଥିଲା ଏଠାରେ ବିଖ୍ୟାତ ପ୍ରାଚୀନ ସମ୍ରାଟ ନେବୁଚାଡ଼୍ରାଜର (Nebuchad Rezzar) ତାଙ୍କ ରାଣୀ ଆମିତୀସ୍ଙ୍କ ବିଳାସାର୍ଥ ଗୋଟିଏ ଦୋଳାୟମାନ ଉଦ୍ୟାନ ତିଆରି କରିଥିଲେ ପୃଥିବୀର ୭ ଗୋଟି ଅତ୍ୟାଶ୍ଚର୍ଯ୍ୟ ବସ୍ତୁ ମଧ୍ୟରେ ଏ ଉଦ୍ୟାନଟି ଏକତମ ରୂପେ ପରିଗଣିତ ହେଉଥିଲା ଏହି ବଗିଚାରେ ପାଣି ଦେବା ପାଇଁ ବଡ଼ ବଡ଼ ତେଣ୍ଡା ବଳ (Hydraulic pumps) ଖଞ୍ଜା ହୋଇଥିଲା ଖ୍ରୀ. ୧୯୩: ସାଲରେ ଖୋଳା ହୋଇ ଭୂଗର୍ଭରେ ପୋତି ହୋଇ ଯାଇଥିବା ଅନେକ କୋଠା, ରାଜପ୍ରାସାଦ, ଦେଉଳ, ପୋଲ ଓ ଉଦ୍ୟାନର ଭଗ୍ନାବଶେଷ ଦେଖାଯାଇ ଅଛି—ଷ୍ଟେଟସ୍ମାନ୍. ପତ୍ରିକା]