Jump to content

ବାମନୀ ରାଜ୍ୟ

ଉଇକିଅଭିଧାନ‌ରୁ

ବାମନୀ ରାଜ୍ୟ

ଉଚ୍ଚାରଣ

[ସମ୍ପାଦନା]

(ବାହାମଣୀ(ନୀରାଜ୍ୟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବ୍ରାହ୍ମଣୀୟ+ରାଜ୍ୟ)

[ସମ୍ପାଦନା]

ବାହାମନୀ ରାଜ୍ୟ; ପଠାଣ ସାମ୍ରାଜ୍ୟର ପତନ ସମୟରେ ଦକ୍ଷିଣଭାରତରେ ପ୍ରତିଷ୍ଠିତ ହୋଇଥିବା ମୁସଲମାନ ରାଜ୍ୟବିଶେଷ —The Bohamony kingdom; a Mahomedan kingdom established in the Deccan (modern Hyderbad) on the fall of the Pathān Empire.

[ଦ୍ରଷ୍ଟବ୍ୟ —ପଠାଣ ସମ୍ରାଟ ଗିୟାସ୍ଉଦ୍ଦିନ୍ ଟୋଗଲକଙ୍କ ପୁତ୍ର ମହମ୍ମଦ୍ ଟୋଗଲକ୍ ବିଦ୍ୱାନ୍ ଥିଲେହେଁ ଅତି ନିର୍ଦ୍ଦୟ ଓ ବାତୁଳନା - ପ୍ରାୟ ହେବାରୁ ସାମ୍ରାଜ୍ୟର ସ୍ଥାନେ ସ୍ଥାନେ ବିଦ୍ରୋହର ସୂତ୍ରପାତ ହେଲା ଓ ପ୍ରାଦେଶିକ ଶାସନକର୍ତ୍ତାମାନେ ସ୍ୱାଧୀନତା ଘୋଷଣା କଲେ ଖ୍ରୀ ୧୩୪୭: ସାଲରେ ଦାକ୍ଷିଣାତ୍ୟ କୁଳବର୍ଗର ଶାସନକର୍ତ୍ତା ଜାଫର୍ ଖାଁ ସ୍ୱାଧୀନତା ଘୋଷଣା କରି ବାମନୀ ରାଜ୍ୟ ସ୍ଥାପନ କଲେ ଏ ରାଜ୍ୟର ସ୍ଥାପୟିତାଙ୍କୁ ବାଲ୍ୟକାଳରେ ଗଙ୍ଗୁ ନାମକ ଜଣେ ବ୍ରହ୍ମଣ ପୁତ୍ରବତ୍ ପ୍ରତିପାଳି ଥିବାରୁ ଉକ୍ତ ପାଳକଙ୍କୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସ୍ଥାପୟିତା ଏ ରାଜ୍ୟର ନାମ 'ବ୍ରାହ୍ମଣୀ' ବା 'ବାମନୀ' ବା 'ବାହାମନୀ' ରଖିଲେ ଓ ନିଜର ନାମ ଆଲାଉଦ୍ଦିନ ହସନ ଗଙ୍ଗୁ ବାହାମନୀ ରଖିଲେ ଏହା ଦାକ୍ଷିଣାତ୍ୟର ଆଧୁନିକ ହାଇଦ୍ରାବାଦ ରାଜ୍ୟ ଏ ରାଜ୍ୟ ଉତ୍ତରରେ ତାପ୍ତୀ ନଦୀଠାରୁ ଦକ୍ଷିଣରେ ତୁଙ୍ଗଭଦ୍ରା ଓ କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପ୍ରଥମେ ଏଥିର ରାଜଧାନୀ କୁଳବର୍ଗ; ପରେ ବିଦରରେ ହୋଇଥିଲା ଏ ରାଜବଂଶ ପ୍ରାୟ ୧୫: ବର୍ଷ ରାଜତ୍ୱ କରିବା ପରେ ଏହାର ପତନ ହେଲା ଓ ଏ ରାଜ୍ୟରୁ ପାଞ୍ଚ ଗୋଟି ସ୍ୱାଧୀନ ରାଜ୍ୟ ଓ ରାଜବଂଶ ସ୍ଥାପିତ ହେଲା: ===

୧. ଆଦିଲ୍ସାହାଙ୍କ ସ୍ଥାପିତ ଆଦିଲ୍ସାହୀ ରାଜ୍ୟ—(ସ୍ଥାପିତ ଖ୍ରୀ ୧୪୮୯: , ରାଜଧାନୀ ବିଜାପୁର)—୨ ନିଜାମ୍ସାହାଙ୍କ ସ୍ଥାପିତ ନିଜାମ୍ସାହୀ ରାଜ୍ୟ—(ସ୍ଥାପିତ ଖ୍ରୀ ୧୪୯: , ରାଜଧାନୀ ଆହାମଦନଗର —୩ କୁତବ୍ସାହାଙ୍କ ପ୍ରତିଷ୍ଠିତ କୁତବ୍ସାହୀ ରାଜ୍ୟ—(ସ୍ଥାପିତ ଖ୍ରୀ ୧୫୧୨: , ରାଜଧାନୀ ଗୋଲକୁଣ୍ଡା)—୪ ବରିଦ୍ସାହାଙ୍କ ବରିଦ୍ସାହୀ ରାଜ୍ୟ—(ସ୍ଥାପିତ ଖ୍ରୀ ୧୫୪: , ରାଜଧାନ ବିଦର)— ୫ ଇମାଦ୍ସାହାଙ୍କ ଇମାଦ୍ସାହୀ ରାଜ୍ୟ—(ସ୍ଥାପିତ ଖ୍ରୀ ୧୪୮୪: , ରାଜଧାନୀ ବେରାର)—ପରେ ଏ ରାଜ୍ୟମାନ ମୋଗଲ ସମ୍ରାଟ ମାନଙ୍କଦ୍ୱାରା ମୋଗଲ ସାମ୍ରାଜ୍ୟଭୂକ୍ତ ହେଲା—ପ୍ରୋଥେରୋ ସାହେବଙ୍କ ଇଂରାଜି ସ୍କୁଲ—ଇତିହାସ]