Jump to content

ବାମା

ଉଇକିଅଭିଧାନ‌ରୁ

ବାମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବାମ+ଆ; ବାମର ସ୍ତ୍ରୀଲିଙ୍ଗ)

[ସମ୍ପାଦନା]
୧. ପ୍ରତିକୂଳା — ୧. Antagonistic (female).
୨. ପ୍ରତିକୂଳା— ଚାରିଣୀ —୨. (a woman) Acting contrarily.
୩. ସୂନ୍ଦରୀ —୩. Beautiful; graceful

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ନାରୀ; ସ୍ତ୍ରୀ —୧. Woman.
୨. ଦୁର୍ଗା — ୨. Durgā.
୩. ଲକ୍ଷ୍ମୀ —୩. Lakshmī.
୪. ଦଶ ଅକ୍ଷରବିଶିଷ୍ଟ ବର୍ଣ୍ଣବୃତ୍ତବିଶେଷ —୪. Name of a Sanscrit metre.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ଏକ ତଗଣ, ଏକ ଭଗଣ ଏକ ୟଗଣ ଥାଏ ଓ ଶେଷ ବର୍ଣ୍ଣ ଗୁରୁ—ହିନ୍ଦୀ - ଶ.]

୫. ସରସ୍ୱତୀ —୫. Saraswatī (Apte).

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ବାମୀ)

[ସମ୍ପାଦନା]
୧. ଘୋଟକୀ —୧. Mare.

ଜାମାକାଳେ ଭାନୁବାମା—ପ୍ରସବ ସୂନୂ ସୁଷମା ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା ଭଞ୍ଜ. ବୈଦେହୀଶବିଳାସ

୨. ବାମା ସୂନ୍ଦରୀ ବା ବାମା ପ୍ରେୟସୀ ନାମ୍ନୀ ସ୍ତ୍ରୀର ଡାକ ନାମ —୨. Name by which Bāmāsundarī or Bāmāpreyasī is called.