ବାମ୍
ଦେଖଣା
ବାମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଏକପ୍ରକାର ସୁଗନ୍ଧ ପତ୍ରବିଶିଷ୍ଟ ଗୁଳ୍ମ — Melissa (plant); Balm of Gilead.
ଅନୁବାଦ
[ସମ୍ପାଦନା]ବାମ୍
|
ଦେଶଜ - ବି—(ସଂସ୍କୃତ - ବ୍ୟାମ)
[ସମ୍ପାଦନା]- ୧. ଜାହାଜରେ ବ୍ୟବହୃତ ଜଳର ଗଭୀରତା ମାପବିଶେଷ; ପ୍ରାୟ ୬ଫୁଟ ଦୈର୍ଘ୍ୟ; ବେଁ — ୧. A natutical measure of ୬ feet; fathom.
[ଦ୍ରଷ୍ଟବ୍ୟ —ମନୁଷ୍ୟ ନିଜର ଦୁଇ ବାହୁକୁ ପରସ୍ପର ବିପରୀତ ଦିଗକୁ ଦୁଇ ସ୍କନ୍ଧ ସହିତ ଏକ ସରଳରେଖାରେ ପ୍ରସାରିତ କଲେ ଏକ ହାତର ମଝି ଆଙ୍ଗୁଠିର ଅଗରୁ ଅନ୍ୟ ହାତର ମଝି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଦୈର୍ଘ୍ୟକୁ ବାମ୍ ବୋଲାଯାଏ ଏହା ପ୍ରାୟ ୬ ଫୁଟ୍ ଅଟେ]
- ୨. ଜାହାଜ ଆଦିରେ ବ୍ୟବହୃତ ଅଗରେ ସୀସାଖଣ୍ଡ ବନ୍ଧା ହୋଇଥିବା ମାପ ଦଉଡ଼ି —୨. Fathom-line of a ship; line and leap.
[ଦ୍ରଷ୍ଟବ୍ୟ —ଜାହାଜ ଚାଲୁଥିବା ବେଳେ ଜାହାଜ ଫନ୍ଦରେ ଜଣେ ଲୋକ ଠିଆହୋଇ ସମୁଦ୍ର ଆଡ଼କୁ ଝୁଙ୍କିପଡ଼ି ଜାହାଜର କଡ଼ର ପାଣିକୁ ଏ ଦଉଡ଼ାକୁ ଫିଙ୍ଗୁଥାଏ ଓ ଉଠାଉଥାଏ, ଏବଂ ଉକ୍ତ ଦଉଡ଼ାରେ ଯେତେହାତ ଉଚ୍ଚତା ପର୍ଯ୍ୟନ୍ତ ପାଣିର ଚିହ୍ନ ରହେ ତଦନୁସାରେ ପାଣିର ଗଭୀରତା ଅନୁମିତ ହୁଏ]
- ୩. ବେଁ (ଦେଖ) - —୩. Beñ (See).