Jump to content

ବାରାହୀ

ଉଇକିଅଭିଧାନ‌ରୁ

ବାରାହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବରାହରୂପିଣ୍ଡୀ ଶକ୍ତି ବା ଦେବୀ; ମାତୃକାବିଶେଷ — ୧. A Goddess having the nshape of a boar.

[ଦ୍ରଷ୍ଟବ୍ୟ —ସପ୍ତମାତୃତା ଯଥା— ବ୍ରହ୍ମୀ ମାହେଶ୍ୱରୀ ଚୈବ କୌମାରୀ ବୈଷ୍ଣବୀ ତଥା; ବାରାହୀ ଓ ତଥେନ୍ଦ୍ରାଣୀ ଚାମୁଣ୍ଡା ସପ୍ତ— ମାତୃକାଃ

ଯାଜପୁରରେ ଏହି ସପ୍ତମାତୃକାଙ୍କର ମୂର୍ତ୍ତି ଅଛି ଚଣ୍ଡୀ— ପୁରାଣ (ଅଷ୍ଟମ ଅଧ୍ୟାୟ)ରେ ଏ ସପ୍ତମାତୃକାଙ୍କ ଆବିର୍ଭାବ ବିଷୟ ବର୍ଣ୍ଣିତ ହୋଇଅଛି ଏହି ବିଷ୍ଣୁଙ୍କ ଅଂଶ ସମୂତ

ପୁରୀଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ ପ୍ରାଚୀ ନଦୀର ତୀରବର୍ତ୍ତୀ ତୁଳସୀପୁର (ପ୍ରାଚୀନ ତୋଷାଲୀ) ଗ୍ରାମରେ ବାରାହୀ ଠାକୁରାଣୀଙ୍କ ମନ୍ଦିର ଅଛି ଉକ୍ତ ମନ୍ଦିର କୋଣାର୍କ ମନ୍ଦିର ପରି ସୂକ୍ଷ୍ମ କାରୁକାର୍ଯ୍ୟବିଶିଷ୍ଟ କିମ୍ୱଦନ୍ତୀ ଅଛି ଯେ କଣାର୍କ ମନ୍ଦିର ନିର୍ମାତା ବାରଶହ ବଢ଼େଇ (କାରିଗର) ଏହି ଗ୍ରାମରେ ବସା କରି ରହୁଥିଲେ ଓ ସେହିମାନେ ଅବସର ସମୟରେ ଏ ମନ୍ଦିରକୁ ନିର୍ମାଣ କରିଥିଲେ କଥିତ ଅଛି ଯେ ଏ ବାରାହୀମୂର୍ତ୍ତିଙ୍କ ନାଭି ସ୍ଥଳରେ ଖଣ୍ଡିଏ ବହୁମୂଲ୍ୟ ହୀରା ଥିଲା ଓ ତାକୁ କୌଣସି ବୈଦେଶିକ ଅପହରଣ କରି ଖୋଳି ନେଲା ଓ କାଳକ୍ରମେ ଉକ୍ତ ହୀରା ଋଷିଆରାଜା (ଜାର୍)ଙ୍କ ହସ୍ତଗତ ହେଲା ଏବେ ମଧ୍ୟ ଉକ୍ତ ଦେବମୂର୍ତ୍ତୀଙ୍କ ନାଭିସ୍ଥଳରେ ଗୋଟିଏ ଗର୍ତ୍ତ ଥିବାର ଦେଖାଯାଏ— ଡାକ୍ତର ରାଧାଚରଣ ପଣ୍ଡାଙ୍କ ପ୍ରବନ୍ଧ]

୨. ପରିମାଣବିଶେଷ —୨. A kind of measure.
୩. ଶୂକରୀ —୩. A sow; she-boar.
୪. ପୃଥିବୀ — ୪. The earth.