ବାରି
ଦେଖଣା
ବାରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ ଣିଚ୍=ବାରି ଧାତୁ; ଆବରଣ କରିବା+କର୍ତ୍ତୃ ଇ, ଯାହା ପୃଥିବୀକୁ ଆବରଣ କରିଅଛି)
[ସମ୍ପାଦନା]- ୧. ଜଳ; ସଲିଳ —୧. Water.
- ୨. (+କର୍ତ୍ତୃ. ଇ) ଜଳପାତ୍ର; ଘଟ —୨. Water vessel; water jar.
- ୩. (+କର୍ମ. ଅ)ସରସ୍ୱତୀ —୩. Goddess Saraswatī.
- ୪. (+ବୃ ଧାତୁ. ଣିଚ୍ ବାରି ଧାତୁ ବନ୍ଧନ କରିବା+କରଣ. ଇ) ହସ୍ତୀର ବନ୍ଧନ ରଜ୍ଜୁ —୪. A rope for typing an elephant.
- ୫. (+ଅଧିକରଣ. ଇ)—ଯେଉଁ ସ୍ଥାନରେ ହସ୍ତୀକୁ ବନ୍ଧନ କରାଯାଏ —୫. A place where an elephant is tied.
- ୬. (+କର୍ମ. ଇ) ବନ୍ଦୀ; କଇଦୀ — ୬. Prisoner.
- ୭. ହାତୀ ଧରରିବାପାଇଁ ଫାଶ ବା ଗର୍ତ୍ତ — ୭. A trap or hole for catching wild elephant (Apte).
- ୮. ହ୍ରୀବେର (ହିନ୍ଦୀ - ଶ) କରୁବେଲୀ —୮. Pavonia Odorata (plant).
- ୯. ତରଳପଦାର୍ଥ; ଜଳୀୟବସ୍ତୁ (ହିନ୍ଦୀ - ଶ) — ୯. Liquid; fluidd (Apte).
- ୧. ବାକ୍ୟ — ୧୦. Speech (Apte).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୋତକ —୧. Tears.
ବହଇ, ବାରି ଯା ଜନମି ତହୁଁ ଯେ—ଭଞ୍ଜ. ବୈଦେହୀଶବିଳାସ
- ୨. (ସଂସ୍କୃତ - ବାର) ସପ୍ତାହ ମଧ୍ୟରେ ବୋଟ ବା ଜାହାଜ କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଛାଡ଼ିବାରି ନିର୍ଦ୍ଦିଷ୍ଟ ଦିବସ —୨. The weekday on which a weekly service boat leaves a place
- ୩. କୌଣସି କାର୍ଯ୍ୟ କରିବାର ପାଳି —୩. A turn of service.
- ୪. ଯେଉଁ ବୋଟ ବା ଡଙ୍ଗା ସପ୍ତାହରେ ନିର୍ଦ୍ଦିଷ୍ଟ ଦିନରେ ଦିନମାନଙ୍କରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ୟ ନିର୍ଘଣ୍ଟ ସ୍ଥାନକୁ ଯାତ୍ରୀ ବା ମାଲମାନ ନିଆ ଅଣା କରେ; ବାରି ବୋଟ —୪. Service boat for carrying passengers and goods.
- ୫. ହାଟ ବସିବବାର ନିର୍ଦ୍ଦିଷ୍ଟ ବାସର —୫. A week day fixed for a weekly market.
- ୬. ଯେଉଁ ଗ୍ରାମରେ ଡାକଘର ନ ଥାଏ ସେ ଗ୍ରାମକୁ ସପ୍ତାହର ଯେଉଁ ନିର୍ଦ୍ଦିଷ୍ଟ ଦିବସରେ ଡାକବାଲା ଆସେ —୬. A weekday or days when the postal peon visits a village distant from a post office.
ଅନୁବାଦ
[ସମ୍ପାଦନା]ବାରି
|
ଗ୍ରାମ୍ୟ - (ଇତର) ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବାଟିକା) ବାଡ଼ି; ବଗିଚା — ୧. Garden.
- ୨. (ସଂସ୍କୃତ - ବହିଃ) ଘରର ପଛଆଡ଼ ଭୂମି; ଘରରବାଡ଼ି ପଟ —Land lying to the back of a house; the bacside of a house