ବାରିବା
ଦେଖଣା
ବାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ବୃ. ଧାତୁ)
[ସମ୍ପାଦନା]- ୧. ଅଟକାଇବା; ବାଧା ଦେବା; ରୋଧ କରିବା — ୧. To obstruct; to restrain.
ଭେଟ ସମ୍ଭାଷଣ ବାରିଲେ ବାରଣ ମାନେ କି ପ୍ରେମିକ ମନ— ରାଧାନାଥ, କେଦାରଗୌରୀ
- ୨. ବାରଣ କରିବା —୨. To prevent.
ଚମ୍ୱନ ନ ବାରଇ ଲାଜ ଭଞ୍ଜ, ପ୍ରେମସୁଧାନିଧି
- ୩. ନିଷିଧ କରିବା —୩. To forbid.
- ୪. ନିବାରଣ କରିବା; ଦୂର କରିବା —୪. To cause to disappear; to remove.
କହି ଏ ସୁବାରତା ତା କ୍ଳେଶ ରାଧାନାଥ, ମେଘଦୁତ
- ୫. ପ୍ରଭେଦ ରଖିବା; ପ୍ରଭେଦ ଜାଣିବା —୫. To distinguish; to discrimininate; to make distinction between; to differentiate.
ବିହଙ୍ଗେ ଉତ୍ସୁକେ ଭବନ୍ତି ଚାତକେ ବାରିଲେ ପାନର ଭଞ୍ଜ. ବୈଦେହିଶବିଳାସ
- ୬. ତକିରବା; ଆଗରୁ ସାବଧାନ ହେବା —୬. To be forewarned; to become vigilant.
- ୭. ଜାଣିବା; ଠଉରାଇବା —୭. To know; to recognise.
ବାରି ପାରି ନାହିଁ ସୁକେଶି ବାରି ମଧ୍ୟ ତୁ ଥିଲୁ କିଳସି କବିସୂର୍ଯ୍ୟ. ସଙ୍ଗୀତ
- ୮. ବାଡ଼ଦ୍ୱାରା ପୃଥକ୍ କରିବା —୮. To separate by a fence.
- ୯. ମାନିବା —୯. To regard; to respect.
- ୧. କୌଣସି ବ୍ୟକ୍ତି ବା କାର୍ଯ୍ୟରେ ଘଟିଥିବା ଦୋଷକକୁ ଦେଖାଇବା —୧୦. To point out one's fault or defect.
- ୧୧. ହେଜିବା — ୧୧. To think over.
କି ପ୍ରଭେଦ ଅବା ତୀର୍ଥ ବାରବାମାଳୟେ ନ ପାରିଲି ବାରି, ହାୟ ଦୁର୍ବଳ ବୁଦ୍ଧିରେ—ଚିନ୍ତାମଣି, ବିକ୍ରମାଦିତ୍ୟ
- ୧୨. ବିଚାରପୂର୍ବକ ସ୍ଥିର କରିବା — ୧୨. To ascertain after thinking.
ବାଡ଼ବେୟ ସୁତ ଭାଷେ ସତ ଏ ତରକ ବାର ଏତେ କନ୍ୟା ଯେଉଁ ନାମ ଉଚ୍ଚାରିତ ଭଞ୍ଜ. ବୈଦେହୀଶବିଳାସ
- ୧୩. ଶାନ୍ୟ କରିବା; ଲାଘବ କରିବା; ଉପଶମ କରିବା — ୧୩. To appease; to lighten.
କାମିନୀଏ ଏ ରୂପେ ବିରହ କ୍ଳେଶ ବାରନ୍ତି, ବାରିଦ, ତୁ ଜାଣୁ ବିଶେଷ ରାଧାନାଥ, ମେଘଦୁତ