Jump to content

ବାର ବାଟୀ

ଉଇକିଅଭିଧାନ‌ରୁ

ବାର ବାଟୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାର କଟକ ନଗରୀରେ ଥିବା ପ୍ରାଚୀନ ଉତ୍କଳର ସ୍ୱାଧୀନ ନରପତିଙ୍କ ଦୁର୍ଗ — The name of an old fort (now in ruins) in the town of Cuttack.

ବାରବାଟ ଆଜ ସାଜେ ସଜ୍ଜୀଭୂତ ରାଧାନାଥ. ଦରବାର

[ଦ୍ରଷ୍ଟବ୍ୟ —ଏହା କଟକ ସହଚର ଉତ୍ତରାଂଶରେ ମହାନଦୀର କୂଳରେ ଅବସ୍ଥିତ ପ୍ରାଚୀର ଉତ୍କଳର ଗୋଟିଏ ଦୁର୍ଗ ଉକ୍ତ ଦୁର୍ଗର ହତାର କ୍ଷେତ୍ରଫଳ ବାରବାଟୀ ବା ଦୁଇଶତ ଚାଳିଶ ମାଣ ଥିବାରୁ ଏହାର ଏହି ନାମ ହୋଇଅଛି ଉତ୍କଳର ସ୍ୱାଧୀନ ନରପତି ଅନଙ୍ଗଭୀମଦେବ ଏହି ଦୁର୍ଗ ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମାଣ କରାଇଥିଲେ ଏହାର ଚାରିପାଖେ ବେଢ଼ିଥିବା ଗଭୀର ପରିଖା— ବର୍ତ୍ତମାନ ପର୍ଯ୍ୟନ୍ତ ରହିଅଛି, କିନ୍ତୁ ପୋତି ହୋଇ ଗଲାଣି ପରିଖା ଉପରେ ଥିବା ଏକମାତ୍ର ପୋଲରେ ଏଥିର ଫାଟକ ଥିଲା ଏଠାରେ ରାଜା ମୁକୁନ୍ଦଦେବଙ୍କ ନିର୍ମିତ ପାଷାଣର ନବତଳ ପ୍ରାସାଦ ଥିଲା ଆବୁଲ୍ଫାଜଲ୍ ନାମକ ମୁସଲମାନ୍ ଐତିହାସିକ ଲେଖିଅଛିନ୍ତି ଯେ, ଏ ପ୍ରାସାଦର ସଭା ତଳ ମହଲାରେ ହାତୀଘୋଡ଼ା, ଦୋମହଲାରେ ଯୁଦ୍ଧୋପକରଣ ଓ ତହିଁର ରକ୍ଷକବର୍ଗ, ତିମହଲାରେ ରାଜାନୁଚର ଓ ପ୍ରହରୀବର୍ଗ, ଚଉମହଲାରେ ଶିଳ୍ପିଗଣ, ପଞ୍ଚମତଳରେ ରନ୍ଧନଶାଳା, ଷଷ୍ଠତଳରେ ରାଜସଭା, ସପ୍ତମରେ ଗୋପନୀୟ ରାଜକର୍ମାଳୟ ଓ ମନ୍ତ୍ରଣାସଭା, ଅଷ୍ଟମରେ ରାଜାନ୍ତଃପୁର ଓ ସର୍ବ୍ୱୋଚ୍ଚ ନବମ ତଳରେ ରାଜା ସ୍ୱୟଂ ରହୁଥିଲେ ପ୍ରାଚୀନ ଭାରତରେ ଅନ୍ୟତ୍ର ନବତଳ ପ୍ରାସାଦ ଥିବାର ଅନୁମିତ ହେଉ

ନାହିଁ ଦୁର୍ଗର ବହିର୍ଦ୍ଦେଶରେ ଗୋଟିଏ ପତାକାଶୋଭିତ ଉଚ୍ଚ ପ୍ରସ୍ତର ସ୍ତମ୍ଭ ଥିଲା ବର୍ତ୍ତମାନ ଏ ପ୍ରାସାଦର ଭଗ୍ନାବଶେଷରୂପେ ଗୋଟିଏ ମାଟିସ୍ତୂପ ମାତ୍ର ଅଛି କଳାପାହାଡ଼ ଓଡ଼ିଶା ଆକ୍ରମଣ କଲାବେଳେ ଏଠାରେ ମୁକୁନ୍ଦଦେବଙ୍କ ରାଣୀ ରହୁଥିଲେ ଆଜିକାଲି ଏହି ହତା ମଧ୍ୟରେ ଲାଟଭବନ, ଇଉରୋପୀୟମାନଙ୍କ କ୍ଲବ୍ ଅବସ୍ଥିତ ଦୁର୍ଗର ପରିଖା ମହାନଦୀ ସଙ୍ଗେ ଗୋଟିଏ ଗୁପ୍ତ ନାଳଦ୍ୱାରା ସଂଯୁକ୍ତ ଥିଲା]