ବାର ମାସ
ବାର ମାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବର୍ଷର ଦ୍ୱାଦଶ ମାସ —The ୧୨ months of the year.
[ଦ୍ରଷ୍ଟବ୍ୟ —ଚନ୍ଦ୍ରମାନ ଓ ସୌରମାନ ମାସମାନଙ୍କର କାଳ ପୃଥକ୍ ଇଉରୋପୀୟ ଓ ମୁସଲମାନୀ ମାସମାନଙ୍କ କାଳ ମଧ୍ୟ ପୃଥକ୍ ସାଧାରଣତଃ ମାସକ ୩ ଦିନ ଓ ବର୍ଷକ ୩୬: ଦିନ ଗଣନା କରାଯାଏ ସୌରମାନ ବର୍ଷର ମାସମାନ, କିଏ ୨୮: , କିଏ ୩ ଓ କିଏ ୩୧:ଦିନ ଗଣତି କରାଯାଏ
ଇଉରୋପୀୟ ମାସ ସୌରମାନ ଓ ମୁସଲମାନୀ ମାସ ଚନ୍ଦ୍ରମାନ ଅଟେ
ଆମ ଦେଶରେ ଚନ୍ଦ୍ରମାନ ଓ ସୌରମାନ ମାସ ଗଣନାରେ ସୌରମାନ ମାସର ଗଣନାରୁ ବର୍ଷକେ ଯେଉଁ ୫୬: ଦିନ ବଳିପଡ଼େ ତହିଁର ସାମଞ୍ଜସ୍ୟ ରକ୍ଷା କରିବା ନିମନ୍ତେ ପ୍ରାୟ ତିନି ବର୍ଷ ଅନ୍ତରରେ ଚନ୍ଦ୍ରମାନ ଗଣନାକ୍ରମେ ଗୋଟିଏ 'ମଳମାସ' କଳ୍ପିତ ହୁଏ ମାର୍ଗଶିରଠାରୁ ମାସ ଗଣନା ଆମ୍ଭର ହୁଏ ବୋଲି ଏହାର ଅନ୍ୟ ନାମ 'ଅଗ୍ରହାୟଣ' ଜମିଦାରମାନଙ୍କର ସୁନିଆଁ (ଭାଦ୍ର ଶୁକ୍ଳ ଦ୍ୱାଦଶୀ) ପରଦିନଠାରୁ ବର୍ଷ ଆରମ୍ଭ ହୁଏ
ଇଉରୋପୀୟମାନଙ୍କର ଜାନୁଆରୀରୁ ପ୍ରଥମ ମାସର ଗଣନା ହୁଏ (କିନ୍ତୁ ପୂର୍ବେ ମାର୍ଚ୍ଚରୁ ପ୍ରଥମ ମାସ ଗଣନା ହେଉଥିଲା) ଦେବତାମାନଙ୍କ ପୂଜା ଆଦି ସମ୍ପର୍କରେ କନ୍ୟା ମାସ ପ୍ରଥମ ମାସ ମୁସଲମାନମାନଙ୍କର ମହରମ ପ୍ରଥମ ମାସ କୃଷିବର୍ଷ ଚୈତ୍ରମାସଠାରୁ, ଓ ପାଞ୍ଜି ବୈଶାଖ ମାସରୁ ଆରମ୍ଭ ହୁଏ ଏହିପରି ଭିନ୍ନ ଭିନ୍ନ କାର୍ଯ୍ୟରେ ଓ ଦେଶରେ ଭିନ୍ନ ଭିନ୍ନ ସମୟରୁ ମାସ ଗଣନାର ଆରମ୍ଭ ହୁଏ ହିନ୍ଦୁମାନଙ୍କ ଚନ୍ଦ୍ରମାନ ମାସ ଅମାବାସ୍ୟା ସକାଳରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ସମାପ୍ତ ହୁଏ ମୁସଲମାନଙ୍କ ଚନ୍ଦ୍ରମାନ ମାସ ଚନ୍ଦ୍ର ପ୍ରଥମେ ଦେଖାଯିବା (ଶୁକ୍ଳ ଦ୍ୱିତୀୟା ବା ତୃତୀୟା)ର ସନ୍ଧ୍ୟାରୁ ଆରମ୍ଭ ହୁଏ ହିନ୍ଦୁମାନଙ୍କ ସୌରମାନ ମାସ ଗଣନା ସଂକ୍ରାନ୍ତିରୁ ଆରମ୍ଭ ହୁଏ
ଚନ୍ଦ୍ରମାନ ମାସମାନ:—ମାର୍ଗଶିର (ଅଗହାୟଣ ବା ମଗୁଶୁର), ପୌଷ (ପୁଷ), ମାଘ, ଫାଲ୍ଗୁନ (ଫଗୁଣ), ଚୈତ୍ର (ଚଇତ), ବୈଶାଖ (ବଇଶାଖ), ଜ୍ୟୈଷ୍ଠ (ଜେଷ୍ଠ), ଆଷାଢ଼ (ଅଷାଢ଼) ଭାଦ୍ର (ଭାଦ୍ରବ, ଭୋଦୁଅ), ଆଶ୍ୱିନ (ଅଶିଣ), କାର୍ତ୍ତିକ
ସୌରମାନ ମାସ:—ମେଷ (ବୈଶାଖ) ୩୧: ବୃକ୍ଷ (ଜ୍ୟୈଷ୍ଠ) ୩୧: ଦିନ ମିଥୁନ (ଆଷାଢ଼) ୩୨: ଦିନ କର୍କଟ (ଶ୍ରାବଣ) ୩୧: ଲଦିନ ସିଂହ (ଭାଦ୍ର) ୩୧: ଦିନ କନ୍ୟା (ଆଶ୍ୱିନ) ୩୧: ଦିନ ତୁଳା (କାର୍ତ୍ତିକ) ୩ ଦିନ ବିଛା (ମାର୍ଗଶିର) ୨୯: ଦିନ ଧନୁ (ପୌଷ) ୩ ଦିନ ମକର (ମାଘ) ୨୯: ଦିନ କୁମ୍ଭ (ଫାଲ୍ଗୁନ) ୩ ଦିନ ମୀନ (ଚୈତ) ୩ ଦିନ
ଇଉରୋପୀୟ ମାସ:— ଜାନୁଆରୀ (ଜନୋରୀ) ୩୧: ଦିନ (January), ଫେବୃଆରୀ (ଫିରୋରୀ) ୨୮: ଦିନ ଓ ୪ ବର୍ଷରେ ଥରେ ୨୯: ଦିନ (February), ମାର୍ଚ୍ଚ (ମାରଚ) ୩୧: ଦିନ (March), ଏପ୍ରିଲ୍ (ଅପ୍ରେଲ) ୩ ଦିନ (April), ମେଁ (ମଇ) ୩୧: ଦିନ (May), ଦୁନ୍ ୩ ଦିନ (June), ଜୁଲାଇ ୩୧: ଦିନ (July), ଅଗଷ୍ଟ (ଅଗସ୍ତ) ୩୧: ଦିନ (August), ସେପ୍ଟେମ୍ୱର (ସିତମ୍ୱର) ୩ ଦିନ (Sepr ember), ଅକ୍ଟୋବର୍ (ଅକ୍ତୁବର) ୩୧: ଦିନ (October), ନଭେମ୍ୱର (ନମମ୍ୱର) ୩ ଦିନ (November), ଡିସେମ୍ୱର (ଦିସେମ୍ୱର) ୩୧: ଦିନ (December)
ସୁମଲମାନ୍ ମାସମାନ ଚନ୍ଦ୍ରମାନ ଗଣନାକ୍ରମେ ହେଉଥିବାରୁ ତିଥିମାନଙ୍କ କ୍ଷୟବୃଦ୍ଧି ଅନୁସାରେ ମାସମାନଙ୍କ ଦିନ ସଂଖ୍ୟାର କମି ବେଶି ହୁଏ ଓ ଚନ୍ଦ୍ର ଯେଉଁ ଦିନ ସନ୍ଧ୍ୟାବେଳେ ପ୍ରଥମେ ଦେଖାଯାଆନ୍ତି ସେହି ଦିନଠାରୁ ସେମାନଙ୍କ ମାସ ଗଣନା ହେଉ ଥିବାରୁ ଶୁକ୍ଳପକ୍ଷ ଦ୍ୱୀତୀୟା ବା ତୃତୀୟା ବା ତୃତୀୟାଠାରୁ ସେମାନଙ୍କର ମାସ ଗଣନା ହୁଏ ଏପରି ସ୍ଥଳରେ ମୁସଲମାନଙ୍କ ମାସ ୨୯: ଦିନ ୩ ଦିନ ହୁଏ ଓ ପ୍ରତି ୪ ବର୍ଷ ମାସ ମାନଙ୍କ ଦିନ ସଂଖ୍ୟା ସମାନ ରହେ ନାହିଁ ମୁସଲମାନଙ୍କ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ସନ୍ଧ୍ୟାଠାରୁ ଆରମ୍ଭ ହୁଏ
ମହରମ୍ (ପ୍ରଥମ ଦଶଦିନ ପର୍ବ), ସଫର୍ ରବୀଉଲ୍ ଅଉଅଲ୍ (ବବାରହ ବଫାତ୍ ପର୍ବ), ରବୀଉଶ୍ଶାନୀ, ଜମାଦୀଉଲ୍ ଅଉଅଲ୍, ଜମାଦୀ ଉଶ୍ଶାନୀ, ରଜବ୍, ସାବନ୍ ରମ୍ଜାନ୍ (ଉପବାସ ବା ରୋଜା କରିବା ମାସ), ସଉଅଲ୍ (ଇଦ୍ପର୍ବ), ଜିଲ୍କାଦ୍, ଜିଲ୍ହଜ୍ (ବକରିଦ୍ ପର୍ବ)]