ବାଲିଶଯ୍ୟା
ଦେଖଣା
ବାଲିଶଯ୍ୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲିଶଯ୍ୟା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା ଶଯ୍ୟା)
[ସମ୍ପାଦନା]ମୃତ୍ୟୁ ଆସନ୍ନ ହେଲେ ମୁମୃର୍ଷ ବ୍ୟକ୍ତିକୁ ପବିତ୍ର ଗଙ୍ଗା ବାଲି ମିଶା ଯେଉଁ ସିକାତାମୟ ଶଯ୍ୟାରେ ଶୁଅନ୍ତି —A bed of sand mixed with the sacred sand of the Ganges on which a dying person is laid down when every hope of his or her life is given up.
ବାଲିଶଯ୍ୟାରେ ଶୋଇ ଦେଇ ବନ୍ଧୁ ବାନ୍ଧିବା ବେଢ଼ି ତହିଁ—ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ଗଙ୍ଗାନଦୀରେ ବାଲୁକାରେ ଶୟନ କରିଥିବା ଆବସ୍ଥାରେ ମୃତ୍ୟୁ ଘଟିଲେ ସ୍ୱର୍ଗପ୍ରାପ୍ତି ହୁଏ, ଏହି ବିଶ୍ୱାସରେ ଯେଉଁମାନେ ଗଙ୍ଗାନଦୀରେ ଗର୍ଭକୁ ନୀତ ହୋଇ ପାରନ୍ତି ନାହିଁ, ଆସନ୍ନମୃତ୍ୟୁ ଅବସ୍ଥାରେ ସେମାନଙ୍କୁ ତାଙ୍କ ପାଖରେ ଥିବା ଭାଇ ବନ୍ଧୁ କୁଟୁମ୍ୱ ଘରଭିତରୁ ଅଗଣାକୁ ଟେକି ନେଇ ସେଠାରେ ଗଙ୍ଗାବାଲି ଥିଲେ ତାହା ମଗାଇ ବା କଳ୍ପିତ ଗଙ୍ଗାବାଲୁକାରଚିତ ଶଯ୍ୟାରେ ଶୁଆଇ ଦିଅନ୍ତି]