ବାଲେଶ୍ୱର
ବାଲେଶ୍ୱର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - —(ନାମ)
[ସମ୍ପାଦନା]ଉତ୍କଳ ମୋଗଲବନ୍ଦିର ଗୋଟିଏ ଜିଲ୍ଲା ଓ ସହର —Name of a district and town of Orissa; Balasore.
[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଏଠାରେ ଗୋଟିଏ ବନ୍ଦର ଥିଲା ଏହି ବନ୍ଦର ଜାହାଜ ନିର୍ମାଣତ ପ୍ରଧାନ କେନ୍ଦ୍ର ଥିଲା ଜଳଦସ୍ୟୁମାନଙ୍କୁ ଦମନ ଓ ଚଟ୍ଟୁଗ୍ରାମ ଜୟ କରିବା ନିମନ୍ତେ ବଙ୍ଗର ସୁବାଦର ସାଏସ୍ତା ଖାଁ ଏଠାରେ ବହୁତ ଯୁଦ୍ଧ ଜାହାଜ ତିଆରି କରାଇଥିଲେ (କୃପାସିନ୍ଧୁ. ଇତିହାସ) ଏଠାରେ ଉତ୍କଷ୍ଟ କଂସା ବାସନ ତିଆରି ହୁଏ
କଥିତ ଅଛି ଏହା ବାଣାସୁରର ରାଜଧାନି ଥିଲା ବାଲେଶ୍ୱର ସହରରେ ଉଷାମେଢ଼ (ବାଣ କନ୍ୟା ଉଷାର ଅନ୍ତଃପୁର) ନାମରେ ଗୋଟିଏ ସ୍ଥାନ ଅଛି ବାଣାସୁରର ରାଜ୍ୟ ମେଦିନୀପୂର (ତମଲୁକ) ଠାରୁ ପୁରୀ ଜିଲ୍ଲାର ବାଣପୁର ପର୍ଯ୍ୟନ୍ତ ବିସ୍ତୁତ ଥିଲା ଏ କାର୍ତ୍ତେକେୟଙ୍କଠାରୁ ମୟୁର ଧ୍ୱଜ ଓ ମୟୁର ବାହନ ପାଇ ଥିଲା ବାଣାସୁରର ବଂଶଧର ମୟୂର ଧ୍ୱଜୀ ରାଜାମାନେ ଓଡ଼ିଶାର ସମସ୍ତ ଗଡ଼ଜାତର ରାଜା ଥିଲେ ମୟୂରଭଞ୍ଜର ସୂର୍ଯ୍ୟବଂଶୀୟ ରାଜାଙ୍କ ପୂର୍ବପୁରୁଷ ଏହି ମୟୂର ଧ୍ୱଜୀ ରାଜାଙ୍କୁ ଭଞ୍ଜନ କରି ରାଜ୍ୟ ସ୍ଥାପନ କଲେ କେହି କେହି କହନ୍ତି ମୋଗଲମାନଙ୍କ ଅମଳରେ ଏହା ସମୁଦ୍ରକୂଳବର୍ତ୍ତୀ ବନ୍ଦର ଥିବାରୁ ଏହି ନାମ ହୋଇ ଅଛି ଫାରାସୀ - ବାଲାଏ=ଉପରେ+ସୋର= ସମୁଦ୍ର]