ବାଲ୍ୟଲୀଳା
ବାଲ୍ୟଲୀଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ମହିମାଧର୍ମୀବାଲମ୍ୱୀମାନଙଅକ ବ୍ୟବହୃତ; ଏହା ପ୍ରଥମେ ଉପସ୍ଥିତ ବାଳକ ବାଳିକାମାନଙ୍କୁ ବିତରଣ କରାଯାଉ ଥିବାରୁ)
[ସମ୍ପାଦନା]ମହିମାଧର୍ମୀମାନଙ୍କର ଶୁକ୍ଳ ଚତୁର୍ଦ୍ଦଶୀଦିନ ବା ଅନ୍ୟ ସମୟରେ ବ୍ରହ୍ମାପିତ ମିଷ୍ଟାନ୍ନ ନୈବେଦ୍ୟ, ଯାହା ସେଠାରେ ଉପସ୍ଥିତ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ବିଚରଣ କରାଯାଏ —Sweets offered to the Deity by persons professing the Mahimā faith and distributed among the persons present.
[ଦ୍ରଷ୍ଟବ୍ୟ —ପ୍ରାତଃ ବ୍ରାହ୍ମମୁହୁର୍ତ୍ତ ସମୟରେ ଏକ ସୁନିର୍ମଳ ଗୋମୟ— ଲିପ୍ତ ସ୍ଥାନରେ ଧୌତ ନୁତନ ମୃତ୍ତିକା ଭାଣ୍ଡରେ ଚିପିଟକାଦି (ଚୂଡ଼ା, ନାନାପ୍ରାର ସୁମିଷ୍ଟ ଦ୍ରବ୍ୟ, ଅର୍ଥାତ୍ ଦୁଗ୍ଧ, ଦଧି, ଘୃତ, ମଧୁ ଓ ଶର୍କରା ନାରୀକେଳ, ସୁପକ୍ୱ ରମ୍ଭାଫଳ) ଚନ୍ଦନ କର୍ପୁର ସହଯୋଗେ ବ୍ରହ୍ମନିଷ୍ଠ ବ୍ୟକ୍ତି ପୂର୍ବାଭିମୁଖ ଦଣ୍ଡାୟମାନ ହୋଇ ବ୍ରହ୍ମସ୍ମରଣପୂର୍ବକ ଭାଣ୍ଡକୁ ଉର୍ଦ୍ଧୁକୁ ଉତ୍ତୋଳନ କରି ପରଂବ୍ରହ୍ମଙ୍କଠାରେ ଅର୍ପଣ କରିବେ, ତତ୍ପରେ ଉଚ୍ଚୈଃସ୍ୱରରେ 'ମହିମାଅଲେଖ' ଉଚ୍ଚାରଣ କରି ଅଲେଖ ବ୍ରହ୍ମାଙ୍କୁ ପ୍ରଣାମ କରି ଏହି ବ୍ରହ୍ମପ୍ରାସାଦ ଆବାଳବୃଦ୍ଧ ସକଳ ମାନବଙ୍କୁ ବିତରଣ କରିବେ ଏହାଙ୍କର ଗୃହସ୍ଥଗଣକୁ ଶୁକ୍ଲଚର୍ତୁର୍ଦ୍ଦଶୀ ପାଳନ କରିବା ବିହିତ, ଆଉ ମଧ୍ୟ ଅନ୍ୟ ଯେ କୌଣସି ସମୟରେ ଏହା କରାଯାଇ ପାରେ—ଏହାକୁ ବାଲ୍ୟଲୀଳା ବୋଲାଯାଏ— ବିଶ୍ୱନାଥବାବାଙ୍କ ମହିମାଧର୍ମ ପ୍ରତିପାଦତକ ଗ୍ରନ୍ଥ —୬ଷ୍ଠଉଲ୍ଲାସ୫୪୫: ପୃଷ୍ଠା]