Jump to content

ବାଳଗ୍ରହ

ଉଇକିଅଭିଧାନ‌ରୁ

ବାଳଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବାଳ+ଗ୍ରହ୍ ଧାତୁ+କର୍ତ୍ତୃ. ଅ; ଯେ ବାଳକମାନଙ୍କୁ ଆକ୍ରମଣ କରେ ବା ଅକାଳରେ ଇହଲୋକରୁ ଗ୍ରହଣ କରେ)

[ସମ୍ପାଦନା]
୧. ଅକାଳରେ ଶିଶୁପ୍ରାଣନାଶକ ରୋଗ ବିଶେଷ —୧. A fatal infantile disease.
୨. ଶିଶୁମାନଙ୍କ ପ୍ରାଣନାଶକ ୯ଟି ଉପଦେବତା — ୨. A generic name of demigods said to attack infants with fatal results.

[ଦ୍ରଷ୍ଟବ୍ୟ —ଏମାନଙ୍କ ନାମ ସ୍କନ୍ଦ, ସ୍କନ୍ଦାପସ୍ମାର, ଶକୁନୀ, ରେବତୀ ପୂତନା, ଗନ୍ଧପୂତନା, ଶୀତପୂତନା, ମୁଖମଣ୍ଡିକା ଓ ନୈଗମେୟ କଥିତ ଅଛି ଯେ ଯେଉଁ ପରିବାରରେ ଦେବ ପୂଜା, ଅତିଥି ପୂଜା, ସଦାଚାର ପାଳିତ ନ ହୁଏ ସେ ପରିବାରର ପିଲାଙ୍କୁ ଏ ଗ୍ରହମାନେ ଆକ୍ରମଣ କରନ୍ତି ଏ ଗ୍ରହଜନିତ ରୋଗରେ ଆକ୍ରାନ୍ତ ଶିଶୁ ବାରମ୍ୱାର, କାନ୍ଦେ, ନଖରେ ଆପଣା ଦେହ ବା ପରର ଦେହକୁ ରାମ୍ପୁଡ଼େ, ଦାନ୍ତ ରଗଡ଼େ, ଓଠ ଚିପେ, ଖାଏ ନାହିଁ, ହାତ ଗୋଡ଼ ମୁଠା ମୁଠା କରେ ଓ ମୂର୍ଚ୍ଛିତ ହୁଏ—ହିନ୍ଦୀ - ଶ.]