Jump to content

ବାଳୁଙ୍ଗା

ଉଇକିଅଭିଧାନ‌ରୁ

ବାଳୁଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିବାର; ଝାଡ଼ା ଧାନ୍ୟ; ଋଷି ଧାନ; କୃଷି କରା ନ ଯାଇ ଉଠିବା ଧାନ; ଅଯତ୍ନସମ୍ଭତ ଧାନ୍ୟ; ରାହାଡ଼ୀ — Paddy growing without cultivation.

କୃଷକେ ଉପାଡ଼ନ୍ତି ବାଳୁଙ୍ଗା ଷେତୁ ସାଧ ଯେସନେ ଆତ୍ମବଡ଼ିମା ଚିତ୍ତ—ରାଧନାଥ ତୁଳସୀସ୍ତବକ

[ଦ୍ରଷ୍ଟବ୍ୟ —ଏହି ଧାନ କୃଷିଉତ୍ପନ୍ନ ଧାନ ଗଛରୁ ଝଡ଼ ପଡ଼ି କ୍ଷେତରେ ପଡ଼ି ରହି ଥାଏ ଏବଂ ଗଛ ଉଠେ ଓ ଫଳେ ଏହାର ଶସ୍ୟର ଅଗରେ ବଡ଼ ବଡ଼ ଶିଙ୍ଗ ଥାଏ ଏହି ଧାନ କର୍ଷିତ ଧାନ ଗଛ ସଙ୍ଗେ କିଆରିରେ ଉଠିଲେ କୃଷି ଧାନ ଅପେକ୍ଷା ଆଗରୁ ପାଚି ଯାଏ ଓ କିଆରିରେ ଝଡ଼ି ପଡ଼େ ପୁଣି ପରବର୍ତ୍ତୀ ବର୍ଷକୁ ଉଠେ ଓ ଆଗେ ପାଚେ ଏହିପରି ହେବାଦ୍ୱାରା କିଆରିକୁ ନଷ୍ଟ କରି ପକାଏ ଏଥି ପାଇଁ କୃଷକମାନେ ଧାନ କିଆରିରୁ ବାଳୁଙ୍ଗା ଗଛମାନ ଆଗରୁ ଓପାଡ଼ି ପାକାନ୍ତି ଧାନ ଗଛ ଛୋଟ ଥିବା ବେଳେ ଗଛର ମୂଳ ଦେଖି ଧାନ ଗଛ ଓ ବାଳୁଙ୍ଗା ଗଛକୁ କୃଷକମାନେ ଚିହ୍ନି ପାରନ୍ତି ଧାନ କ୍ଷେତରୁ ବାଳୁଙ୍ଗା ନ ଓପାଡ଼ିଲେ ୩ ବର୍ଷ ମଧ୍ୟରେ କିଆରିଯାକ ବାଳୁଙ୍ଗାମୟ ହୋଇ ଯାଏ ଓ ମାଟିରୁ ଟାଣି ନେଇ କୃଷିଧାନ ଗଛକୁ ଦୁର୍ବଳ କରି ପକାଏ ପୂର୍ବକାଳରେ ଋଷିମାନେ ଏହାର ଚାଉଳକୁ ଖାଉଥିଲେ; ଏ ଧାନର ଚାଉଳ ନୀରସ ଓ ରୁକ୍ଷ]

୨. (ପୁଂ) ଅଯୋଗ୍ୟ ଓ ଦୁଷ୍ଟ ବ୍ୟକ୍ତି —୨. A wicked and unworthy person.
୩. ଅଧମ ବ୍ୟକ୍ତି —୩. A mean person.

ତିନି ବରଷରେ ଧାନ ବାଳୁଙ୍ଗା ତିନି ପୁରୁଷରେ କୁଳ ବାଳୁଙ୍ଗା ଢ଼ଗ

୪. ମୁର୍ଖ ବ୍ୟକ୍ତି —୪. An ignorant person; a dunce.