ବାସି
ଦେଖଣା
ବାସି
ଉଚ୍ଚାରଣ
[ସମ୍ପାଦନା](ସଜ—ବିପରୀତ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ=ଛେଦନ କରିବା+ଇ)
[ସମ୍ପାଦନା]କୁଠାରବିଶେଷ; ବାରସି —Carpenter's adze.
ଦେଶଜ - ବିଶେଷଣ - (ସଂସ୍କୃତ - ପଯ୍ୟସିତ, ଅବଶିଷ୍ଟ, ବାସିତ)
[ସମ୍ପାଦନା]- ୧. ପର୍ଯ୍ୟୁସିତ; ଯାହା ଆଜିର ନୁହେ; ଯାହା ତଟକା ନୁହେ —୧. Stale.
ଯା ଭୋଗୁଁ ସୁହାସୀ ନୁହଇଟି ବାସି କୁସୁମମାଳା ପ୍ରକାରେ— କବିସୂର୍ଯ୍ୟ, ମଙ୍ଗୀତ
- ୨. ଝାଉଁଳି ପଡ଼ିଥିବା —୨. Withered.
ବିଳମ୍ୱଇ କେବେ କି ସେ ଅଳି ଖରାରେ ମଉଳି ପୁଷ୍ପ ବାସି ହେବାଯାଏ—ରାଧାନାଥ, ମହାଯାତ୍ରା
- ୩. ପୁରାତନ —୩. Old. :୨. ଗତ କାଲିରୁ ଅବଶିଷ୍ଟ — ୪. Remaining from the previous dayy.
ଯେ ବାସି ଛେନା ପାଣି ତାହିଁ ତାଲିଲି ରୋଷେ ଆଣି—ଭୂପତି; ପ୍ରେମପଞ୍ଚାମୃତ
- ୫. ପରବର୍ତ୍ତୀ (ଦିବସ) —୫. Next (day).
- ୬. (ସଂସ୍କୃତ - ବାସିତ) ଧୋବାଦ୍ୱାରା ପରିଷ୍କୃତ (ଲିଗା) — ୬. Well cleansed and washed (cloth)
ଅନୁବାଦ
[ସମ୍ପାଦନା]ବିଶେଷ୍ୟ -
[ସମ୍ପାଦନା]ପରବର୍ତ୍ତୀ ଦିବସ —Next eay.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ କେତେକ ଶବ୍ଦ ପରେ ଲାଗେ, ଯଥା— ବିବାହ ବାସି, ଯାତ୍ରା ବାସି; ପୁନେଇଁ ବାସି ଇତ୍ୟାଦି]