ବାହଲ
ବାହଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାହୁ)
[ସମ୍ପାଦନା]- ୧. ଯନ୍ତଶାଳରେ (ପାଣିବୁହାରେ) କପକନା ଉପରେ ଯେଉଁ ବଡ଼ ବାଉଁଶ ଲଗା ଯାଇଥାଏ — ୧. The long bamboo pole used as crane in a water lifting contrivance.
[ଦ୍ରଷ୍ଟବ୍ୟ —ତେଣ୍ଡା ଓ ଯନ୍ତଶାଳର ଦୁଇ ଖଣ୍ଟ ଉପରେ ଆଡ଼ବାଗରେ ପଡ଼ିଥିବା ବାଉଁଶ ବା ଶାଖାଯୁକ୍ତ କାଠଖଣ୍ଡ (କପକନା) ଉପରେ ଯେଉଁ ଲମ୍ୱ ଦଣ୍ଡା ଥାଏ ତାହାକୁ ବାହୁଲ ବୋଲାଯାଏ; ସେ ଦଣ୍ଡାର ଗୋଟିଏ ପାଖରେ ଝାଟିମାଟି ବା ପଥର ଲଦା ହୋଇଥାଏ, ଅନ୍ୟ ପାଖରେ ଗୋଟିଏ ଲଗି ବନ୍ଧାଯାଇ ଲଗିର ନିମ୍ନରେ ଗୋଟିଏ ହାଣ୍ଡି ବା ସନ୍ତର ମୁଳ ଲାଗିଯାଏ ଏହି ଶେଷୋକ୍ତ ଲଗିକୁ ହାତ ବାଉଁଶ କୁହାଯାଏ]
- ୨. (ପାନ ବରଜୀ ଭାଷା) ପାନ ବରଜରେ ପାନ ଗଛ (ଲତାର ଏକତ୍ରାବସ୍ଥିତ, ୨ଟି ଶ୍ରେଣୀ)ର ଦୁଇ ପାର୍ଶ୍ୱ — ୨. The two sides of a row of betal creepers planted together.
[ଦ୍ରଷ୍ଟବ୍ୟ —ପାନ ଲତାର ଏକତ୍ରାବସ୍ଥିତ ୨ଟି ଧାଡ଼ିରେ ମଝିରେ ପୋତା ଯାଇଥିବା ଯଷ୍ଟି ଉପରେ ଲତାମାନ ମଡ଼ାଯାଏ; ଏହି ୨ ଧାଡ଼ିକୁ 'ଗଛ' ବୋଲାଯାଏ 'ଗଛର' ପାର୍ଶ୍ୱଦ୍ୱୟକୁ ବାହାଲ ଓ ମୁଣ୍ଡକୁ 'ମୁଣ୍ଡ' ବୋଲାଯାଏ]
- ୩. (ବୈଦିକ)—ଏକପ୍ରକାର ଗଛ —୩. A kind of medicinal plant.
[ଦ୍ରଷ୍ଟବ୍ୟ —ଏହାର ମୂଳର ଛାଲିର ପ୍ରଲେପ ବ୍ରଣ, ଶୋଥ ଓ ବାତ ବେଦନା ନିବାରଣାର୍ଥ ବ୍ୟବହୃତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ]
ବିଶେଷଣ -
[ସମ୍ପାଦନା]ବାହାଲିଆ (ଦେଖ) - —Bāhāliā (See)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ତୋଡ଼ି ମାଛ —The bill fish
(ବାଲେଶ୍ୱର) ବି—ସାମୁଦ୍ରିକ ମତ୍ସ୍ୟବିଶେଷ — A kind of salt water fish.
[ଦ୍ରଷ୍ଟବ୍ୟ —ଏହା ପରିକିଜାତୀୟ ବଡ଼ ମାଛ; ଦେଖିବାକୁ ଈଷତ୍ କଳା ଏବଂ ଓଜନରେ ଦୁଇ ସେର ପର୍ଯ୍ୟନ୍ତ ବଢ଼େ]
(ସିଂହଭୂମି)ବିଶେଷଣ - (ତୁଳ. ହିନ୍ଦୀରେ ଏହି ଅର୍ଥରେ ଏହି ଶବ୍ଦର ପ୍ରୟୋଗ)—
ପ୍ରଫୁଲ୍ଲ; ପ୍ରସନ୍ନ —Delightful; joyous
(ଯଥା—ମନ ବାହାଲ ହେବା=ମନ ପ୍ରଫୁଲ୍ଲ ହେବା)