ବାହାପଟ
ଦେଖଣା
ବାହାପଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାପଟ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାହୁପଟ୍ଟ)
[ସମ୍ପାଦନା]- ୧. ବାହୁଦ୍ୱାରା ଅନ୍ୟ ବ୍ୟ୍ୟକ୍ତିକୁ କରିବା ଆଘାତ ବା ଧକ୍କା —୧. A blow or push with the arm.
ମରାମରି ହୁଅନ୍ତେ ଦୁହେଁ ବାହାପଟ ତହୁଁ ଜାତ ହେଲା ଶବଦ ଚଟ ଚଟ କୃଷ୍ଣସିଂହ, ମହାଭାରତ ବନ
- ୨. (ସଂସ୍କୃତ - ବାହୁସ୍ଫୋଟ)—ମଲ୍ଲବ୍ୟକ୍ତିର ମଲ୍ଲକ୍ରୀଡ଼ା ବା ମଲ୍ଲଯୁଦ୍ଧ ପୂର୍ବରୁ ଏକ ବାହୁ ଉପରେ ଅନ୍ୟ କରତଳଦ୍ୱାରା ମାରିବା ଫୁଟକି —୨. A pat on one arm by the hollowed palm of the other hand made by an athlete befoore any exhibition.
ଏହା ପାଶରେଦେଶଜ - ବିନିତାସୂତ ଥାଇ ବାହାପଟମାନ ମାରୁଛି ବିଶ୍ୱନାଥ, ବିଚିତ୍ରରାମାୟଣ
- ୩. ଦୁଇଜଣ ବ୍ୟ୍ୟକ୍ତି ପରସ୍ପର ବାହୁ ଛନ୍ଦି ତା ଉପରେ ଅନ୍ୟ ଜଣକୁ ସ୍ନେହ ବା ଆଦରରେ ବସାଇ କିମ୍ୱା ଭାରୀ ବସ୍ତୁ ବହି ନେବା ପ୍ରକାର —୩. The state of carrying a person or a heavy thing on the arms of two persons entwined with each other.
ବହ ଯାହାକୁ ରତି ବାହାପଟ କହ କି ଦୋଷୁଁ ନୁହ ତାହା ପଟ କବିସୂର୍ଯ୍ୟ କବିତା
- ୪. ମଲ୍ଲର ଭୂମିରେ ଶୋଇ ଆପଣା ବାହୁଦ୍ୱାରା ଭୂମିକୁ ଆଘାତ କରିବା —୫. A stroke on the ground given by the arm by an athlete.