ବାହାର

ଉଇକିଅଭିଧାନ‌ରୁ

ବାହାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭିତର—ଅନ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହିଃ, ବହିସ୍, ବହିର; ପ୍ରା, ବାହିର)[ସମ୍ପାଦନା]

୧. ପଦାର୍ଥର ବହିର୍ଦେଶ —୧. The outside of a thing.

ବାହାର ଅତି କଠିନ ଭିତର ସରସ ଭଞ୍ଜ. ପ୍ରେମସୁଧାନିଧି

୨. ବହିର୍ଭାଗ —୨. Exterior.
୩. ମନୁଷ୍ୟର ଦେହ; ଶରୀର —୩. Body.

ଗୋଳି ଦେଲା ମୋର ବାହାର ଭିତର କବିସୂର୍ଯ୍ୟ. କିଶୋରୀଚମ୍ପୂ ଗ ଗୀତ

୪. ଗୃହର ବହିର୍ଦେଶ —୪. The outer side of a house.
୫. ଗୃହର ଅନ୍ତଃପୁରର ବହିର୍ଭାଗସ୍ଥ ଅଂଶ — ୫. The portion of a house outside the inner appartments.
୬. ଗ୍ରାମର ବହିର୍ଭାଗସ୍ଥ ପଡ଼ିଆ —୬. Meadow outside the village.
୭. ଖଞ୍ଜା; ପରସ୍ତ; ଗୃହର ଅଗଣା —୭. Courtyard.
୮. ଗ୍ରାମ ପ୍ରାନ୍ତ —୮. Outsirts.
୯. ବହିର୍ଗମନ —୯. Coming out; going beyond.
୧. ସ୍ଥାନ, ପଦ, ଅବସ୍ଥା, ସମୟ ଓ ସମ୍ୱନ୍ଧ ଆଦି ବିଚାରର କୌଣସି ନିଶ୍ଚିତ ବା କଳ୍ପିତ ସୀମା (ବା ମର୍ଯ୍ୟାଦା)କୁ ଟପି ଥିବା ବସ୍ତୁ, ବିଷୟ, ସ୍ଥାନ. ପଦ, ଅବସ୍ଥା ବା ସମୟ — ୧୦. Any thing, matter, place, time or position beyondd a certain or fixed limit.


ବିଶେଷଣ -[ସମ୍ପାଦନା]

୧. ବହିର୍ଗତ; ପଦାକୁ ବାହରି ଥିବା — ୧. Come out; bulging.

ବହୁଦିନ ପରେ ପଦାକୁ ସେ ସବୁ ହୋଇଛି ଆଜି ବାହାର ରାଧାନାଥ. ପାର୍ବତୀ

୨. ନିର୍ଗତ; ବହିର୍ଗତ —୨. Gone out; come out; gone forth; issued forth.
୩. ବାହ୍ୟ; ବହିର୍ଦେଶସ୍ଥ —୩. Exterior; external; outer.
୪. ବହିସ୍ଥ; ବହିର୍ଭୁତ —୪. Situate beyond or outside.
୫. ସୀମା ଟପିଥିବା —୫. Stepping out of bounds.

ଆପଣାର ଧର୍ମରୁ ଯେ ହେବ ବାହାର କୃଷ୍ଣସିଂହ. ମହାଭାରତ. ବନ

୬. ସୀମା ବହିର୍ଭୁତ —୬. Outside the limit of.
୭. ନିଃସମ୍ପର୍କୀୟ; ନିର୍ଲିପ୍ତ —୭. Unconnected; unconcerned.

ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର ଜଗନ୍ନାଥ. ଭାଗବତ

୮. ପୃଥକଭୂତ —୮. Separated.

ସାଧୁଙ୍କ ଶ୍ରେଷ୍ଠ ସେହି ନର ସୁକ ଦୁଃଖରୁ ସେ ବାହାର ଜଗନ୍ନାଥ. ଭାଗବତ

୯. ଜାତ; ଭୂମିଷ୍ଠ —୯. Born.

ବାଳକ ହୋଇଲା କାହାର ଗୁଣେ ପାଣ୍ଡବ ବଂଶଧର ଜଗନ୍ନାଥ ଭାଗବତ

୧. ଗ୍ରାମାନ୍ତର ବା ନଗରାନ୍ତରରେ ସ୍ଥିତି —୧୦. Situate in another village or town.
୧୧. ନିପାତନସିଦ୍ଧ —୧୧. EXceptional.
୧୨. ଅସାଧାରଣ —୧୨. Uncommon; extraordinary.
୧୩. ଆଦେଶାଦିର ଅବଶୀଭୂତ —୧୩. Disobedient or unsubservient
୧୪. କୌଣସି ଅଧିକାରରୁ ବା ସମ୍ପର୍କରୁ ବଞ୍ଚିତ —୧୪. Excluded from a privilage or connection.

ଶଳା ମଉଳା ବନ୍ଧୁରେ ସାର ମଲେ ହାଣ୍ଡି କୁଣ୍ଡେଇ ବାହାର ଢଗ

ବୈଦେଶିକ - ବିଶେଷଣ - (ଫାରାସୀ - ବହର୍)[ସମ୍ପାଦନା]

୧. ସୁନ୍ଦର — ୧. Beautiful.
୨. ଆଡ଼ମ୍ୱରମୟ —୨. Grand.

ସୁରେନ୍ଦ୍ର ଚାପ ଲତା ଦିଶେ ବାହାର ରାଧାନାଥ. ମେଘଦୂତ

୧୫. ପୃଥକ୍; ସ୍ୱତନ୍ତ୍ର; ବିଭିନ୍ନ — ୧୫. Separate; distinct; different.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଝାଡ଼ା —Ordure; night- soil.