ବାହାଲ୍
ଦେଖଣା
ବାହାଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବାଯ୍ୟାପ୍ତ୍—ବିପରୀତ)
ବୈଦେଶିକ - ବିଣ—(କଚିରିଆ)—(ଫାରାସୀ - ବାହାଲ୍=ପୂର୍ବବତ୍ ସ୍ଥିତ; ଯେଉଁପରି ଥିଲା ସେହିପରି)
[ସମ୍ପାଦନା]- ୧. ସ୍ଥିର; ସୂପ୍ରତିଷ୍ଠତ — ୧. Establishedd; settled.
- ୨. ସ୍ଥାୟୀ —୨. Permanent.
- ୩. କାଏମ୍; ବଜାୟ —୩. Confirmed; upheld.
- ୪. ଅପରିବର୍ତ୍ତିତ —୪. Constant; unchanged. unmodified.
- ୫. ପରବର୍ତ୍ତୀ ବା ଉପରସ୍ଥ ହାକିମଙ୍କଦ୍ୱାରା ପୁନଃ ଲିଦ୍ଧ କରା ଯାଇଥିବା (ଆଦେଶ) —୫. Subsequently ratified (order).
- ୬. ଇଂରାଜ ଗଭର୍ଣ୍ଣମେଣ୍ଟଙ୍କଦ୍ୱାର ନିଷ୍କରରୂପେ ମଞ୍ଜୁର କରା ଯାଇଥିବା (ମରହଟ୍ଟା ଓ ଓଡ଼ିଆ ରାଜାଙ୍କ ପ୍ରଦତ୍ତ ନିଷ୍କର ଜମି) ୬. Confirmed (rent-free-tenure).
- ୭. କାର୍ଯ୍ୟ ବା ଚାକିରିତେ ନିଯୁକ୍ତି —୭. Employed or engaged in a post.
- ୮. କାର୍ଯ୍ୟ ବା ଚାକିରିରେ ପୁନଃ ନିଯୁକ୍ତ —୮. Reinstated in service.
- ୯. କାର୍ଯ୍ୟାଦିରେସ୍ଥାୟୀ ଭାବରେ ନିଯୁକ୍ତ —୯. Confirmed in a post.
ଅନୁବାଦ
[ସମ୍ପାଦନା]ବିଶେଷ୍ୟ - (ଫାରାସୀ - ବହାଲୀ)
[ସମ୍ପାଦନା]- ୧. ପରବର୍ତ୍ତୀ ୧ ଆଦେଶଦ୍ୱାରା ପୂର୍ବ ଆଦେଶର ସ୍ଥିରୀକତରଣ; ବଜାୟ ରଖିବା — ୧. Confirmation of a previous order; upholding of an order.
ପୋଷ୍ୟପୁତ୍ର ବୋଲି ସରକାରକୁ ବାହାଲ ହୋଇ ଆସିଲା—ଫକୀରମୋହନ ଗଳ୍ପସ୍ୱଳ୍ପ
- ୨. ଅସ୍ଥାୟୀ ନିଯୁକ୍ତି ବା ମନୋନୟନକୁ ସ୍ଥାୟୀ କରିବାର ଆଦେଶ କରଣ —୨. Confirmation of a temporary employment or nomination.
ସେଥିମଧ୍ୟରୁ ଚାରିନମ୍ୱର ଗୁହାକୁ ବାହାରି ରଖି ଆଉ ଆଉ ଲୋକମାନଙ୍କୁ ରୋକସୋକ କଲେ ଫକୀରମୋହନ ଛ ମାଣ ଅଠ ଗୁଣ୍ଠ
- ୩. ସ୍ଥାୟୀକରଣ —୩. Making permenent.
- ୪. ପୂର୍ବ ରାଜାଙ୍କଦ୍ୱାରା ନିଷ୍କରରୂପେ ପ୍ରଦତ୍ତ ଭୂମି, ଯାହା କି ପରବର୍ତ୍ତୀ ଇଂରାଜ ସରକାରଙ୍କଦ୍ୱାରା ପୂର୍ବ ପରି ନିଷ୍କର ରୂପେ ମଞ୍ଜୁର କରାଗଲା; ଲାଖରାଜ ବାହେଲି ସ୍ୱତ୍ତ୍ୱ — ୪. Confirmed revenue free holding.
(ଯଥା—ଲଖରାଜ ବାହାଲ୍, ଦେବୋତ୍ତର ବାହାଲ୍, ପୀରୋତ୍ତର ବାହାଲ୍, ବ୍ରହ୍ମୋତ୍ତର ବାହାଲ୍ ଇତ୍ୟାଦି)
- ୫. କାମ ବା ଚାକିରିରେ ନିଯୁକ୍ତିକରଣ —୫. Employing or engaging a person in service; appointing to a post.
- ୬. ବରଖାସ୍ତ ହୋଇଥିବା ଚାକରକୁ ପୁନର୍ବାର ଚାକିରିରେ ନିଯୁକ୍ତି କରିବା; ପୁନର୍ନିଯୁକ୍ତି —୬. Reinstatement in service; restoration.