Jump to content

ବାହିବା

ଉଇକିଅଭିଧାନ‌ରୁ

ବାହିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବହାଇବା—ଅନ୍ୟରୂପ)

ଦେଶଜ - କ୍ରି—(ସଂସ୍କୃତ - ବହ୍ ଧାତୁ, ଣିଚ୍ ବାହି ଧାତୁ)

[ସମ୍ପାଦନା]
୧. ଜାତ ବା ଆହୁଲାଦ୍ୱାରା ନୌକା ଚଳାଇବା —୧. To move or play a boat by rowing or by a pole.

ପବନରେ ନାବ ସମୁଦ୍ରେ ଭାସୁଥାଏ ବାଳକ ବାହିଲେ କି ତହିଁ ଜନ କିଏଁ କୃଷ୍ଣସିଂହ. ମହାଭାରତ ସଭା

୨. ରଥାଦି ଯାନକୁ ଚଳାଇବା — ୨. To drive a car or other conveyance.

କହି ଏସନ ବସିଲା ଯାନ ବାହାଇ ଧୀରେ ଧୀରେ ଭକ୍ତ ଚରଣ, ମଥୁରାମଙ୍ଗଳ

୩. ଜାଲକୁ ପାଣିରେ ମେଲାଇବା —୩. To spread a net in water.
୪. ଖେଳର ସାରକୁ ଘରାରେ ଚଳାଇବା —୪. To move the pawns on the board.
୫. ରାଜ୍ୟ ଆକ୍ରମଣ କରିବା —୫. To invade a country.
୬. ସୈନ୍ୟ ସହ ପ୍ରୟାଣ କରିବା — ୬. To lead an army.
୭. ବୁହାଇବା; ପୁଷ୍କରିଣୀରୁ ଜଳକୁ ଟେକି ଉଚ୍ଚ ସ୍ଥାନରେ ମଡ଼ାଇବା —୭. To lift water from a pond to a higher level for irrigation.
୮. (ସଂସ୍କୃତ - ବାଦି. ଧାତୁ ବାଇବା; ବାଦ୍ୟ ବଜାଇବା —୮. To set to music; to strick a musical instrument.
୯. ଚାଲିବା; ପଥ ଅତିକ୍ରମ କରିବା —୯. To walk,

ମତାଙ୍କ ଠାରୁ ମେଲାଣି ହୋଇ ବେନି ଭାଇ ମୂନି ସଙ୍ଗେ ଧୀରେ ଧୀରେ ଗଲେ ପଥ ବାହି, ବିଶ୍ୱନାଥ, ବିଚିତ୍ର ରାମାୟଣ