Jump to content

ବିକର୍ତ୍ତନ

ଉଇକିଅଭିଧାନ‌ରୁ

ବିକର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବି= ବହୁଧା+କୃତ୍ ଧାତୁ=କାଟିବ + କର୍ମ. ଅନ)

[ସମ୍ପାଦନା]
୧. ସୂର୍ଯ୍ୟ; ମାର୍ତ୍ତଣ୍ଡ; ବିବସ୍ୱାନ୍ — A name of the sun.

ପାରିଲେଣି ଏବେ ଦେବ ବିକର୍ତ୍ତନ ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ—ରାଧାନାଥ ଚିଲିକା

[ଦ୍ରଷ୍ଟବ୍ୟ —ଏ ଖଣ୍ଡ ଖଣ୍ଡ ହୋଇ କଟା ହୋଇଥିଲେ ପୁରାଣରେ ଅଛି ଯେ ସୂର୍ଯ୍ୟଙ୍କ ଶ୍ୱଶୁର ବିଶ୍ୱକର୍ମା ସୂର୍ଯ୍ୟଙ୍କ ତେଜକୁ ହ୍ରାସ କରିବା ପାଇଁ ସୂର୍ଯ୍ୟଙ୍କୁ ଖଣ୍ଡ ଖଣ୍ଡ କରି କାଟିବା ପରେ ସୂର୍ଯ୍ୟପତ୍ନୀ ସଂଜ୍ଞା ସୂର୍ଯ୍ୟଙ୍କ ତେଜ ସମ୍ଭାଳିବାକୁ ସମର୍ଥା ହୋଇଥିଲେ]

୨. ଅର୍କବୃକ୍ଷ —୨. The plant Swallowort; Calotropis Gigantea.
୩. (ବି+କୃତ୍ ଧାତୁ+ କର୍ତ୍ତୃ. ଅନ)—ଯେ ଖଣ୍ଡ ଖଣ୍ଡ କରି କାଟେ; ଛେଦକ —
Cutter; chopper; one who chops up a things.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛିନ୍ନ; ଅପସାରିତ —Separated; cut asunder; removed.