ବିକା
ଦେଖଣା
ବିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିକ୍ରୟ; ପ୍ରା. ବିକ୍କଅ)
[ସମ୍ପାଦନା]- ୧. ବିକ୍ରୟ; ବିକିବା —୧. Sale; selling.
- ୨. ଚାଉଳ ବିକିବାରେ ବ୍ୟବହୃତ ମାଣ ବା ପାତ୍ର — ୨. A measure for selling rice.
ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିକେଈ, ବିକୀଅନ୍ୟରୂପ
ବିଶେଷ୍ୟ - ଓ ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)
[ସମ୍ପାଦନା]- ୧. (ସଂସ୍କୃତ - ବିକ୍ରେତା) ବିକ୍ରେତା —୧. Selling; seller; vender.
ଗାଈ ବିକା ଚାଷୀ ନାସ୍ତିକ ବ୍ରାହ୍ମଣଙ୍କୁ ଯେ ଦେବ ଗାଈ ଯିବ ସେ ବଡ଼ ନର୍କକୁ—କୃଷ୍ଣସିଂହ ମହାଭାରତ ସଭା
- ୨. ବିକ୍ରୀତ —୨. Sold.
- ୩. ଶରଣାଗତ; ଆଶ୍ରିତ; ଚିରାନୁଗତ — ୩. Over-bound or obliged to a person.
ତୁମ୍ଭ ବିନୁ ଗତି ନାହିଁ ଏ ଜଗତେ ବିକା ମୁଁ ତୁମ୍ଭ ପୟରେ—ରାଧାନାଥ, ଯଯାଚି
- ୪. (ସଂସ୍କୃତ - ବିକ୍ରେୟ) (ବଳଦକୁ ଗାଳି) ଅକର୍ମଣ୍ୟ ଅତଏବ ଅନ୍ୟକୁ ବିକ୍ରି କରିବାର ଯୋଗ୍ୟ (ବଳଦ) — ୪. (a bullock) Unfit for work and thus deserving to be sold away.