Jump to content

ବିକାଇବା

ଉଇକିଅଭିଧାନ‌ରୁ

ବିକାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ବି+କ୍ରିୟାପଦ - ଧାତୁ ଣିଚ୍;)

ବିକିବା କ୍ରିୟାର ଣିଜନ୍ତରୂପ —The causative form of (Bikibā.)—

୧. ଅନ୍ୟଦ୍ୱାରା ବିକ୍ରୟ କରାଇବା — ୧. To cause a person to sell.
୨. ବିକ୍ରୟ କରିବାକୁ ବାଧ୍ୟ କରିବା — ୨. To oblige or force a person to sell.

(ଯଥା—ଶନିସପ୍ତା ଦଶା ମତେ ଘର ବିକାଇ ଦାଣ୍ଡରେ ଭିକ ମଗାଇଲା)

୩. ମୂଲ୍ୟ ବିନିମୟରେ ବିକ୍ରି ହେବା —୩. To be sold (at a price); to go off at a price.

କହି ଜାଣିଲେ କଦଳୀ ମୁଣ୍ଡା ବିକାଏ କହି ନ ଜାଣିଲେ ମାଗୁର ମାଛ ସଢୁଥାଏ—ଢଗ

୪. (ଲକ୍ଷଣାର୍ଥ) ଲାଭଜନକ ହେବା; ପୋଷାଇବା — ୪. (figurative) To be profitable; to be a paying concern; to pay; (e.g. this will not pay).

(ଯଥା—ଆମର ପୁରୁଣା କାଳିଆ ପାଠ ଆଜି କାଲି ବଜାରରେ ବିକେଇବ ନାହିଁ)

୫. (ଲକ୍ଷଣାର୍ଥ) ଲୋକଙ୍କ ଆଦୃତ ହେବା; ଲୋକ— ସମାଜରେ ସମ୍ମାନିତ ବା ଆଗ୍ରହ ସହକକାରେ ଗୃହୀତ ହେବା — ୫. (figurative) To be sought after; to be respected.

ନ ବିକାଏ ଦେହ ସଂସାରେ, ବିକାଏ ଅବସ୍ଥା ସିନା କେବଳ— ରାଧାନାଥ, ଯଯାତି