ବିକାର
ଦେଖଣା
ବିକାର
ଉଚ୍ଚାରଣ
[ସମ୍ପାଦନା](ବିକୃତ—ବିଣ)
ସଂସ୍କୃତ - ବିଶେଷଣ - (ବି+କୃ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ବିକୃତି; ପ୍ରକୃତିର ବା ସ୍ୱଭାବର ବୈଲକ୍ଷଣ୍ୟ —୧. Change state.
- ୨. ଆକାରର ପରିବର୍ତ୍ତନ ବା ଅନ୍ୟଥାଭାବ; ଅବସ୍ଥାନ୍ତର —୨. Change of form; modification; transformation.
- ୩. ମସ୍ତିଷ୍କ ବିଗିଡ଼ିବା —୩. Derangement of brain.
- ୪. ବ୍ୟାଧି; ରୋଗ; ଅସ୍ୱାସ୍ଥ୍ୟ —୪. Disease.
- ୫. ସ୍ଖଳନ; ଉପସ୍ଥିତ ବସ୍ତୁର ନାଶ ବା ଅବନତି — ୫. Destruction or deterioration of a existing thing.
- ୬. ବ୍ୟାଧିର ଭୟାନକ ପରିଣାମ — ୬. Fatal condition of a disease; crisis of an illness.
- ୭. ଜ୍ୱରର ପ୍ରାବଲ୍ୟ ହେତୁ ମସ୍ତିଷ୍କର ବିକୃତି ପ୍ରଳାପ ଅବସ୍ଥା; ଜ୍ୱର ବିକାର; ସନ୍ନିପାତ — ୭. Fit of deirium attending high fever.
- ୮. ମନର ବା ଉଦ୍ଦେଶ୍ୟର ପରିବର୍ତ୍ତନ —୮. Change of mind or purpose (Apte).
- ୯. ମନୋ— ଭାବର ପ୍ରାବଲ୍ୟ —୯. Emotion; feeling (Apte).
- ୧. ବ୍ୟାକୁଳତା —୧୦. Agitation; excitement (Apte).
- ୧୧. ମୁଖର ବ୍ୟାଦାନ ବା ସଙ୍କୋଚନଜନିତ ବିକଟତା —୧୧. Contortion of the features or face (Apte).
- ୧୨. କ୍ଷତ —୧୨. Wound (Apte).
- ୧୩. ଦୋଷ (ହିନ୍ଦୀ - ଶବ୍ଦସାଗର) — ୧୩. Defect.
ଅନୁବାଦ
[ସମ୍ପାଦନା]ବିକାର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉପଦଂଶ ରୋଗ —୧. Syphilis.
- ୨. ମନରେ ଘୃଣାଭାବ —୨. Sense of hate; feeling of revulsion or aversion.
- ୩. ଖାଦ୍ୟ ଦ୍ରବ୍ୟ ପ୍ରତି ଅରୂଚି —୩. Aversion to food.
- ୪. ବମନେଚ୍ଛା —୪. Tendency to vomit.