ବିକ୍ରମାଦିତ୍ୟ
ଦେଖଣା
ବିକ୍ରମାଦିତ୍ୟ
ଉଚ୍ଚାରଣ
[ସମ୍ପାଦନା](ବିକ୍ରମାର୍କ—ଅନ୍ୟରୂପ)
ସଂସ୍କୃତ - ବି—(ବିକ୍ରମରେ ଆଦିତ୍ୟ ତୁଲ୍ୟ)
[ସମ୍ପାଦନା]ଉଜ୍ଜୟିନୀର ପ୍ରସିଦ୍ଧ ହିନ୍ଦୁ ରାଜା —A celebrated king of UjjainĪ
[ଦ୍ରଷ୍ଟବ୍ୟ —ଏ ଶକମାନଙ୍କୁ ୪ ଖ୍ରାଷ୍ଟାଦ୍ଦରେ ପଶ୍ଚିମ ଭାରତରୁ ତଡ଼ିଦେଇ ଭାରତରେ ସମୁଦ୍ରଗୁପ୍ତଙ୍କଦ୍ୱାରା ପ୍ରତିଷ୍ଠିତ ହିନ୍ଦୁରାଜ୍ୟକୁ ଦୃଢ଼ୀବୂତ କରି— ଥିଲେ ଓ ଏହାଙ୍କର ରାଜଧାନୀ ଉଜ୍ଜୟିନୀ ଥିଲା ଏହାଙ୍କର ଅନ୍ୟନାମ ଚନ୍ଦ୍ରଗୁପ୍ତ ଓ ଏହାଙ୍ଗ ରାଜତ୍ୱ କାଳ (ଖ୍ରୀ ୩୭୫: —୪୧୩: )
ଚନ୍ଦ୍ରଗୁପ୍ତ ବୋଲି ଆଉ ଜଣେ ମୋର୍ଯ୍ୟବଂଶରରାଜା ଏହାଙ୍କ ପବର୍ବରୁ ମଗଧରେ ରାଜତ୍ୱ କରୁଥିଲେ, ଏଥିପାଇଁ ବିକ୍ରମାଦିତ୍ୟଙ୍କୁ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ବୋଲାଯାଏ ଧନ୍ୱନ୍ତରି, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପର, କାଳିଦାସ, ବରାହ ମିହିର ଓ ବରରୁଚି ଏହି ନଅଜଣ ଏହାଙ୍କର ସଭା ପଣ୍ଡିତ ଥିଲେ, ଏମାନଙ୍କୁ ନବରତ୍ନ କୁହାଯାଏ ଏହାଙ୍କର
ଅନ୍ୟନାମ ଭୋଜରାଜ ଐତିହାସିକମାନେ ଏହାଙ୍କ ରାଜତ୍ୱ କାଳ ଖ୍ରୀଷ୍ଟ ଜନ୍ମର ଚତୁର୍ଥ ବୋଲି ସ୍ଥିର କରି— ଅଛନ୍ତି, କିନ୍ତୁ ଏହାଙ୍କ ନାମର ପ୍ରଚଳିତ ଆଦି ଖ୍ରୀଷ୍ଟପୂର୍ବ ୫୭: ବର୍ଷ ଠାରୁ ଚଳୁଅଛି ସ୍କନ୍ଦ ପୁରାଣରେ ଲେଖାଅଛି ଯେ କଳିଯୁଗାରମ୍ଭରେ ୩ ହଜାର ବର୍ଷ ପରେ ବିକ୍ରାଦିତ୍ୟ ନାମରେ ଜଣେ ପ୍ରତାପୀ ରାଜା ଥିଲେ ଗଣନାକ୍ରମେ ଏହା ଖ୍ରାଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ହେଉଅଛି କିନ୍ତୁ ଇତିହାସ ଏ ବିଷୟରେ ନୀରବ ଗୁପ୍ତ ବଂଶୀୟ ଗୁପ୍ତଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଉପାଧଇ ଗ୍ରହଣ କରିଥିଲେ ଖ୍ରୀଷ୍ଟ ସପ୍ତମ ଶତାଦ୍ଦୀରେ କାଶ୍ମିରରେ ବିକ୍ରମାଦିତ୍ୟ ନାମରେ ଜେଣେ ରାଜା ହୋଇଥିଲେ ଚାଲୁକ୍ୟ ବଂଶରେ ଏହି ନାମଧାରୀ କେତେ— ଜଣ ରାଜା ହୋଇଥିଲେ (ହିନ୍ଦୀ - ଶ.) ଏଥିରୁ ଜଣାଯାଏ ଅନେକ ରାଜା କାଳକ୍ରମେ ଏହି ଶୌର୍ଯ୍ୟ ସୂଚକ ବିକ୍ରମାଦିତ୍ୟ ଉପାଧି ଗ୍ରହଣ କରିଥିଲେ]