Jump to content

ବିକ୍ରମାଦ୍ଦ

ଉଇକିଅଭିଧାନ‌ରୁ

ବିକ୍ରମାଦ୍ଦ

ଉଚ୍ଚାରଣ

[ସମ୍ପାଦନା]

(ବିକ୍ରମ ସଂବତ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଂବତ୍ୱିଶେଷ, ବିକ୍ରମାଦିତ୍ୟ ରଜାଙ୍କ ନାମରେ ପ୍ରବର୍ତ୍ତିତ ବର୍ଷ ଗଣନା କ୍ରମ —Name of an era running in the name Bikramāditya.

[ଦ୍ରଷ୍ଟବ୍ୟ —କେହି କେହି ଐତିହାସିକ କହନ୍ତି ଯେ ସଂସ୍କୃତ ସାହିତ୍ୟରେ ସୁବିଖ୍ୟାତ 'ବିକ୍ରମାଦିତ୍ୟ' ମାଳବଦେଶରେ ରାଜା 'ଯଶୋଧର୍ମ ଦେବ' ଥିଲେ ମୁଲତାନ ଓ ଲନୀର ମଧ୍ୟବର୍ତ୍ତୀ କୋରୁର ନାମକ ଯୁଦ୍ଧକ୍ଷେତ୍ରରେ ଏ ୫୩୩: ଖ୍ରାଷ୍ଟାଦ୍ଦରେ ହୁନ୍ ବା ଶକମାନଙ୍କୁ ପରାଜିତ କରିଥିବା ବିଷୟ ମାଳବଦେଶସ୍ଥ ମନ୍ଦେଶ୍ୱର ନାମକ ସ୍ଥାନରେ ଥିବା ଜୟସ୍ତମ୍ଭରେ ଲିପିବଦ୍ଧ ହୋଇଅଛି ଖ୍ରାଷ୍ଟଜନ୍ମର ୫୭: ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଗୋଟିଏ ସନ, ଯାହାକି ସେହି ସମୟରେ ମାଳବଦେଶରେ ଚଳୁଥିଲା ତାକୁ ବିକ୍ରମାଦିତ୍ୟ ଗ୍ରହଣ କରି ଆପଣାର ସାମ୍ରାଜ୍ୟରେ 'ସଂବତ୍' ନାମ ଦେଇ ଚଳାଇଲେ ଓ ଉକ୍ତ ସଂବତ୍ ବର୍ଷ ଆଜିପର୍ଯ୍ୟନ୍ତ ହିନ୍ଦୁମାନଙ୍କଦ୍ୱାରା ବିକ୍ରମାଦିତ୍ୟରୂପେ ବ୍ୟବହୃତ ହେଉଅଛି ସଂଭବତଃ ଏହି ଆବ୍ଦ ମାଳବଦେଶକୁ ପୂର୍ବେ ଜୟ କରିଥିବା କ୍ଷତ୍ରପ ମାନଙ୍କର ରାଜା 'ଚାଷ୍ଟାନ'ଙ୍କର ଜୟଲାଭକୁ ଚିରସ୍ମରଣୀୟ କରିବା ସକାଶେ ବିକ୍ରମାଦିତ୍ୟଙ୍କ ପୂର୍ବରୁ ମାଳବଦେଶରେ ଚଳି ଆସୁଥିଲା ଏବଂ ଏହା ଏଥିପୂର୍ବେ 'ମାଳବବ୍ଦ' ବୋଲି ବିଖ୍ୟାତ ଥିଲା ଓ ପରେ ମଥ୍ୟ 'ମାଳବାବ୍ଦ' ଓ 'ମାଳବଶ୍ୱରାବ୍ଦ' ନାମରେ ବିଖ୍ୟାତ ହୋଇଥିଲା

ଇତିହାସ ଗଣନାରୁ ଦେଖାଯାଏ ଯେ ବିକ୍ରମାଦିତ୍ୟ ରାଜସଭାର ନବରତ୍ନ (ଯାହାଙ୍କ ମଧ୍ୟରେ କାଳିଦାସ, ଜୌତିଷିକତ ବରାହମିହିର, ଅମରକୋଷକାର ଅମରସିଂହ ଜଣେ ଜଣେ ଥିଲେ) ମାନେ ସମକାଳୀନନ ଥିଲେ କାରଣ କଳିଦାସ ଖ୍ରୀଷ୍ଟୀୟ ୫ମ ଶତାଦ୍ଦୀର ଲୋକ ଥିଲେ; କିନ୍ତୁ 'ନବରତ୍ନ'ଙ୍କ ମଧ୍ୟରୁ ଅନ୍ୟମାନେ ତତ୍ପରବର୍ତ୍ତୀ ଅଟନ୍ତି ବରାହମିହିରଙ୍କର ମୃତ୍ୟୁ ୫୭୮: ଖ୍ରାଷ୍ଟାଦ୍ଦରେ ହୋଇଥିବାର କେହି କେହି ଅନୁମାନ କରନ୍ତି]

[ପି. ପ୍ରଥେରେ ସାହେବ (Mr. P. Prothero) ଏବଂ ମହାମହୋପାଧ୍ୟାୟ ସତୀଶଚନ୍ଦ୍ର ବିଦ୍ୟାଭୂଷଣଙ୍କର ରାଂରାଜି ଭାଷାରେ ଲିଖିତ ଭାରତବର୍ଷର ଇତିହାସ (A short primer of Indian History)ରୁ ସଂଗୃହୀତ]