ବିଚେଷ୍ଟା
ଦେଖଣା
ବିଚେଷ୍ଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ବିଚେଷ୍ଟ (ଦେଖ) - —Bicheshṭa (See).
ବିଶେଷ୍ୟ -
[ସମ୍ପାଦନା]- ୧. ସ୍ପୃହାହୀନତା —୧. Want of attachment; disinclination.
[ଉ—ବିଚେଷ୍ଟାକୁ ଦେଖି ରଘୁ ନନ୍ଦନ, ବଳ ଦେଲେ କରିଣ ଆଲିଙ୍ଗନ ଭଞ୍ଜ. ବୈଦେହୀଶବିଳାସ ]
- ୨. ଚେତନାହୀନତା — ୨. Un-consciousness.
[ଉ—ବିଚେଷ୍ଟା ନ ଭାଜଇ ଶ୍ରୁତି ପାର୍ଶ୍ୱେ ତୁହାଇ, ବିବିଧ ବାଦ୍ୟକୁ ଜୋଇ ସେ ଭଞ୍ଜ. ବୈଦେହୀଶବିଳାସ ]
- ୩. ବିଶେଷ ଚେଷ୍ଟା; ଅତ୍ୟଧିକ ଯତ୍ନ —୩. Great care; paricular care.
[ଉ— ଶୋଭା ବିଚେଷ୍ଟା ବାହାର ଭିତରେ, ଦୀପ୍ତମନ୍ତ ହେଲେ ସ୍ଥାନ ସ୍ଥିତିରେ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମନ୍ଦ ଚେଷ୍ଟା (ହିନ୍ଦୀ - ଶ.) —୧. Evil endeavour.
- ୨. ପୀଡ଼ା ବା ଶୋକ ହେତୁ ମୁଖର ଓ ଅଙ୍ଗାଦିର ବିକ୍ଷେପ (ହିନ୍ଦୀ - ଶ.) —୨. Contortions of the face and striking of the limbs on account of grief or disease.
(ବିଚେରେଷ୍ଟା—ଗ୍ରାମ୍ୟରୂପ)