Jump to content

ବିଚ୍ଛନ୍ଦ ପଟ୍ଟନାୟକ

ଉଇକିଅଭିଧାନ‌ରୁ

ବିଚ୍ଛନ୍ଦ ପଟ୍ଟନାୟକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜୈନ୍ୟକ ସ୍ୱର୍ଗୀୟ ଓଡ଼ିଆ ଦେଶହିତୈଷୀ—Name of a late Oriya patriot. [ଦ୍ରଷ୍ଟବ୍ୟ —ଏ ୧୮୪୧: ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୧୨: ତାରିଖରେ ଜନ୍ମିଥିଲେ ଏହାଙ୍କର ପିତା ପୁରୀର ରାମଚନ୍ଦ୍ର ଗଜପତି ରାଜାଙ୍କର ଛାମୁକରଣ ଥିଲେ ପରେ ଇଂରେଜମାନେ ତାଙ୍କୁ ଅଣାଇ ଟ୍ରେଜରୀ ଅଫିସର୍ ଓ ତୌଜି ଡ଼େପୁଟୀକଲେକ୍ଟର ପଦରେ ନିଯୁକ୍ତ କରିଥିଲେ ବିଚ୍ଛନ୍ଦ ୧୮୬: ଖ୍ରୀଷ୍ଟାବ୍ଦରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଢାକା କଲେଜକୁ ଯାଇଥିଲେ ସେଠାରେ ଆକୃତିକାର୍ଯ୍ୟ ହୋଇ ଫେରି ଆସି ପ୍ରଥମେ ସମ୍ୱଲପୁରରେ ଡ଼ିଷ୍ଟ୍ରିକ୍ଟ ଇନ୍ସ୍ପେକ୍ଟର ହୋଇଥିଲେ ପରେ ଅନୁଗୁଳର ତହସିଲଦାର ହେଲେ ତାହଙ୍କର ଚାକିରି କାଳରେ ସେ ସମ୍ୱଲପୁର ଜିଲ୍ଲାସ୍କୁଲକୁ ଛାଡ଼ି ୩୬୫: ଦିନରେ ୩୫୬:ଟି ସ୍କୁଲ ବସାଇଥିଲେ ଏ ସମ୍ୱଲପୁରରେ ଥିବା ସମୟରେ ଗୌରିଶଙ୍କରର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ସହିତ ମିଳି ଓଡ଼ିଶାରେ ବଙ୍ଗଳା ରାଜକୀୟ ଭାଷାରୂପେ ସ୍ୱୀକୃତ ହେବାପାଇଁ କେତେକ ବଙ୍ଗାଳୀଙ୍କ ଉଦ୍ୟମକୁ ପଣ୍ଡ କରି ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷାରୂପେ ପ୍ରତିଷ୍ଠିତ କରାଇଥିଲେ ଓଡ଼ିଆରେ ଉପଯୁକ୍ତ ପାଠ୍ୟପୁସ୍ତକ ନ ଥିବାରୁ ବର୍ଣ୍ଣପରି— ଚୟଠାରୁ ଆରମ୍ଭ କରି ଚାରୁପାଠ, ବୋଧୋଦୟ, କାଦମ୍ୱରୀ ଓ ରଘୁବଂଶ ପ୍ରଭୃତି ପୁସ୍ତକ ବଙ୍ଗଳାଭାଷାରୁ ଓଡ଼ିଆରେ ଅନୁବାଦ କରି ପ୍ରକାଶ କରିଥିଲେ ଏହି ସବୁ ପୁସ୍ତକ ଏଣ୍ଟ୍ରାନ୍ସ ଓ ଭର୍ଣ୍ଣାକୁଲର୍ ସ୍କୁଲମାନଙ୍କରେ ପାଠ୍ୟପୁସ୍ତକରୂପେ ଗୃହୀତ ହୋଇଥିଲା ଅନୁଗୁଳରେ ଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କଟକ ଆସିଲେ ଓ ୧୮/୧/୮୨:ରେ କଟକଠାରେ ପ୍ରାଣତ୍ୟାଗ କରିଥିଲେ ]