ବିଛା
ଦେଖଣା
ବିଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଶ୍ଚିକ; ପ୍ରା. ବିଛାଅ)
[ସମ୍ପାଦନା]- ୧. କଙ୍କଡ଼ାବିଛା — ୧. Scorpion.
[ ଦ୍ର—ଏହା ଅଷ୍ଟପଦୀ, ରାତ୍ରିଚର ହିଂସ୍ରପ୍ରାଣୀ ଏହାର ସମ୍ମୁଖରେ କଙ୍କଡ଼ା ପରି ୨ଟି ହାତ ଥାଏ; ପୁଚ୍ଛ ଦୀର୍ଘ ଏହା ଗତି କଲାବେଳେ ପୁଚ୍ଛ ପିଠି ଉପରକୁ ଟେକିଥାଏ ଏହାର ପୁଚ୍ଛ ଅଗରେ ତୀବ୍ର ବିଷଯୁକ୍ତ ନାହୁଡ଼ ଅଛି ]
- ୨. ତିନ୍ତୁଳିଆ ବିଛା — ୨. Centepede.
[ ଦ୍ର—ଏହା ଶତପଦୀ ଓ ଏହାର ନାହୁଡ଼ରେ ବିଷ ଅଛି; ମୁହଁର ଦୁଇ ପାଖରେ ଦୁଇଟି ନିଶ; ରାତ୍ରିଚର ]
- ୩. କାନ ବିଛା; କାନକଟୁଳୀ ବିଛା —୩. Chilognath.
[ ଦ୍ର— ଏ ଅତି ସରୁ ଓ୩ ୪ ଆଙ୍ଗୁଳ ଲମ୍ୱ ଏହାକୁ ଦଳିଲେ ଏହା ଦେହରୁ ଦୀପକ ଜ୍ୟୋତି ବାହାରେ ]
- ୪. ଅଗ୍ରହାୟଣ; ମାର୍ଗଶିର; ବୃଶ୍ଚିକ ମାସ —୪. The month of Mārgaṡira.
- ୫. ବୃଶ୍ଚିକରାଶି —୫. The sign of Scorpion; the eighth of the ୧୨ signs of the zodiac.
- ୬. ତେନ୍ତୁଳିଆ ବିଛାର ଆକୃତି ବିଶିଷ୍ଟ ଏକସରିଆ ଅଣ୍ଟାସୂତା ବା ଅଣ୍ଟାର ଶିକୂଳୀ ବା ବେକର ହାର —୬. A one -stringed waist-chain or neck-chain in the shape of a centepede, consisting of interwoven rings.