ବିଛାଇବା
ଦେଖଣା
ବିଛାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବି+ସ୍ତୁ ଧାତୁ)
[ସମ୍ପାଦନା]- ୧. ପାରିବ; ଭୂମିରେ ଶଯ୍ୟାକୁ ବିସ୍ତୃତ କରିବା —୧. To spread out the bed on the ground; to lay the bed.
- ୨. ମାଟି, ଗୋଡ଼ି, ଇଟା ଆଦିର ସ୍ତର ଭୂମିରେ ବିସ୍ତୃତ କରିବା —୨. To lay layers of brick, earth etc on the ground.
- ୩. ସ୍ତର ସ୍ତର କରି ପକାଇବା —୩. To set in layers.
- ୪. ଘର ଛପର ବେଳେ ନଡ଼ା ବିଡ଼ାକୁ ଖୋଲି ପତଳାଭାବରେ ଚାଳ ଉପରେ ମେଲାଇ ଦେବା — ୪. To spread straw evenly on the thatch after untying the sheaves.
- ୫. ଦେୟ ଧନକୁ ବହୁଲୋକଙ୍କ ମଧ୍ୟରେ ବାଣ୍ଟି ବା ବିଭାଗ କରି ହିସାବ କରିବା; ବିଛଣି କରିବା —୫. To apportion a big sum amongst various persons.
(ଯଥା— ତିନି ଟଙ୍କାକୁ ୧୨: ଜଣଙ୍କ ମଧ୍ୟରେ ବିଛାଇଲେ ଜଣେ ଲୋକ କେତେ ପାଇବ?)
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]ତୋଳିବା —To pick; to pluck.
(ଯଥା—ହରି ଗଛରେ ଚଢ଼ି କେତେ ଆମ୍ୱ ବିଛାଇ ଦେଖିଲା ଯେ ୪ଟା କଞ୍ଚା ଓ ୧ଟା ପାଚିଲା—ନାରାୟଣପ୍ରସାଦ. ନବବିଧାନ ମାନ— ସାଙ୍କସାର)