ବିଛୁଆତି
ଦେଖଣା
ବିଛୁଆତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଶ୍ଚିକାଳୀ)
[ସମ୍ପାଦନା]ଜ୍ୱାଳାପ୍ରଦ, ଲୋମଶ ଗୁଳ୍ମ ବିଶେଷ —Stinging nettle; Fleurya Interrupta; Laportea Cremulata (Haines); Tragia Involucarata.
(ଉ—ତୁଳସୀ ସମୂଳେ ଉପାଡ଼ି ରୋପି ବିଛୁଆତି କି? ମଧୁସୂଦନ କବିତା)
[ ଦ୍ର—ଏହାର ପତ୍ରରେ, ବୃନ୍ତରେ ଓ ଫୁଲରେ କଣ୍ତ ଉତ୍ପାଦକ ଓ ଜ୍ୱାଳାପ୍ରଦ ତୀକ୍ଷ୍ଣ ଲୋମ ଥାଏ ଏ ଲୋମ ଦେହରେ ଲାଗିଲେ ଅତିଶୟ ଯନ୍ତ୍ରଣା ଦିଏ ଓ ଦେହ ଫୁଲି ଯାଏ ଏଥିପାଇଁ ଦଣ୍ତିତ ବ୍ୟକ୍ତିକୁ ବିଛୁଆତି ଡାଳରେ ପ୍ରହାର କରାଯାଏ
ଏହା ସାଧାରଣତଃ ଦୁଇ ପ୍ରକାର ===
- ୧. ନାଲି ବିଛୁଆତି ବା ଘୋଡ଼ା ବିଛୁଆତି ଏହା ବର୍ଷାୟୁଃ ଶାକବିଶେଷ; ପତ୍ର ଏକୋତ୍ତର ଦନ୍ତୁରିତ ଓ ତ୍ରିଶିର; ଡେମ୍ପ ଈଷତ୍ ରକ୍ତ ବର୍ଣ୍ଣ; ପତ୍ର ଲୋମଶ ଓ ବିଷାକ୍ତ — Fleurya Interrupta.
- ୨. ଧଳା ବିଛୁଆତି—ଏହା ଲତା ଓ ଦୀର୍ଘାୟୁ ବାଡ଼ରେ ମାଡ଼େ; ପତ୍ର ଏକୋତ୍ତର କ୍ରିକର୍ଣ୍ଣ; ପତ୍ରରମୂଳ ପାନ ପରି; ଡେମ୍ପ ଧଳା; ପତ୍ର ଓ ଡେମ୍ପ ଆଦି ଲୋମଶ ଓ ବିଶେଷ ଜ୍ୱାଳାପ୍ରଦ ଏହା ସାଧାରଣତଃ ବିଛୁଆତି ନାମରେ କଥିତ Fragia Involucrata.
ଦୁଷ୍ଟ ଓ ପରର ଅନିଷ୍ଟକାରୀ ବ୍ୟକ୍ତିଙ୍କୁ ବିଛୁଆତି ସଙ୍ଗେ ତୁଳନା କରାଯାଏ]
ବିଶେଷଣ -
[ସମ୍ପାଦନା]ଅତି ଦୁଷ୍ଟ; ଖଳ —Very wicked; wanton.