Jump to content

ବିଜେ କରିବା

ଉଇକିଅଭିଧାନ‌ରୁ

ବିଜେ କରିବା

ଉଚ୍ଚାରଣ

[ସମ୍ପାଦନା]

(ବିଜେ ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ରାଜା ଓ ଦେବତାଙ୍କ ପ୍ରତି ବ୍ୟବହୃତ)

[ସମ୍ପାଦନା]
୧. ଗମନ କରିବା —୧. To go.

(ଉ—ମିଳି ସଖା ବ୍ରଜେ ମୋଦେ କଲେ ବିଜେ କୁଞ୍ଜରୁ କୁସୁମ ତୋଳିବାକୁ କବିସୂର୍ଯ୍ୟ. ସଙ୍ଗୀତ)

୨. ଯାତ୍ରା କରିବା —୨. To start.

(ଉ—ବିଜେ ହେଉ ବଲ୍ଲୀ ମନ୍ଦିରକୁ ବୋଲି, ଆଳି କହେ ଆଖି ଠାରାରେ କବିସୂର୍ଯ୍ୟ. ସଙ୍ଗୀତ)

୩. ବିରାଜିତ ହେବା; ଉପସ୍ଥିତ ହେବା —୩. To attend; to arrive at.

(ଉ—କରିଛି ବିଜେ ଶ୍ରୀପୁରୁଷୋତ୍ତମ ତୀର୍ଥ କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ)

୪. ଆସିବା —୪. To come.
୫. ଅବସ୍ଥିତ ହେବା; ଉପବିଷ୍ଟ ହେବ —୫. To sit.

(ଉ—ତର୍ପଣ ଦେବାର୍ଚ୍ଚନ ସାରି, ଦିବା ମନ୍ଦିରେ ଦଣ୍ଡଧାରୀ, ଆନନ୍ଦେ କରିଛନ୍ତି ବିଜେ, ସଭାରେ ପୁରିଛନ୍ତି ଦ୍ୱିଜେ ଭୂପତି. ପ୍ରେମପଞ୍ଚାମୃତ)

୬. (ଦେବତା) ମନୁଷ୍ୟଠାରେ ଆବିଷ୍ଟ ହେବା —୬. To possess the mind of a person (said of a Deity)