ବିଜୟ
ଦେଖଣା
ବିଜୟ
ଉଚ୍ଚାରଣ
[ସମ୍ପାଦନା](ବିଜୟେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଜି ଧାତୁ=ଜୟ କରିବା+ଭାବ. ଅ)
[ସମ୍ପାଦନା]- ୧. ଜିଣା; ବିପକ୍ଷର ପରାଭାବ; ଜୟ —୧. Truimph; victory; conquest.
- ୨. ଅର୍ଜୁନଙ୍କ ନାମାନ୍ତର —୨, A name of Arjuna.
- ୩. ଯମ —୩. The God of death.
- ୪. ରଥ; ବିମାନ —୪. Car.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂ ବିଜୟ ଯାତ୍ରା) ବିଜେ; (ଦେବତା ଓ ରାଜାଙ୍କର) ଗମନ ବା ଯାତ୍ରା —୧. The act of going or coming of a Deity or Raja.
(ଉ—ଏତେ କହି ତହୁ ବିଜୟେ କଲାକ ଲଙ୍କସାଇଁ ବିଶ୍ୱନାଥ. ବିଚିତ୍ର ରାମାୟଣ)
- ୨. ଜୟଲାଭ— ସୃଚକ ଶୋଭାଯାତ୍ରା —୨. A triumphal procession.
- ୩. ରାଜାଙ୍କ ସିଂହାସନାରୋହଣ —୩. The installation of a king on a throne.
- ୪. ଉପସ୍ଥିତ —୪. Presence; arrival,
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯାତ୍ରାର୍ଥ ପ୍ରସ୍ଥିତ; ଯାତ୍ରା କରୁଥିବା; ଯାଉଥିବା; ଗମନ କରୁଥିବା —୧. Going; starting.
(ଉ—ଏକା ବିଜୟେ ବୀରମଣି, ଗୋଡ଼ାଇ ମିଶନ୍ତି ସଇନି ଭୂପତି. ପ୍ରେମପଗଞ୍ଚାମୃତ)
- ୨. ଅଜେୟ —୨. Invincible.
- ୩. ବୀଜୟୀ —୩. Victoruious,
(ଉ—ବିଜୟ ତୁ ହୁଅ ଆଝୁଁ ଜଗତ ଭଞ୍ଜ ବୈଦେହୀଶବିଳାସ) ===
- ୪. ଉପବିଷ୍ଟ —୪. Sitting.
(ଉ—ବିଚିତ୍ର ମୃଗଛାଲ ଉପରେ ବିଜୟ, ସୁଗ୍ରୀବ ଉରେ ଆଉଜିଣ ବିଶ୍ୱନାଥ, ବିଚିତ୍ର ରାମାୟଣ)
- ୫. ବର୍ଦ୍ଦିତ —୫. Grown; increased.
(ଉ—ବିଜୟ ବୋଇଗଲା କ୍ରମୁକ ତାଳ ସରିକି ବିଜୟ ହୃଦରେ ସ୍ୱୟମ୍ଭ ରୂପେ କଲେ ଶମ୍ଭୁକି ଭଞ୍ଜ. ବୈଦେହୀଶବିଳାସ)
- ୬. ଆଗତ; ଆଗମନ କରିଥିବା; ଫେରି ଆସି — ଥିବା; ଫେରନ୍ତା —୬. Coming; returned.
(ଉ—ସଂଗ୍ରାମେ କରି ଶତ୍ରୁଜୟ, ସବୁରି ପଛରେ ବିଜୟ ଭୂପତି ପ୍ରେମପଞ୍ଚାମୃତ)
- ୭. ଅବସ୍ଥିତ; ବିରାଜିନ —୭. Present.
(ଉ—ସକଳେ ବିଚାରନ୍ତି ବସି ମଧ୍ୟେ ବିଜୟ ବ୍ରହ୍ମରାଶି ଜଗନାଥ. ଭାଗବତ)
- ୮. ଉପସ୍ଥିତ; ପହଞ୍ଚି—ଥିବା —Arrived,